ରାଉରକେଲା : ବିରସା ମୁଣ୍ଡା ହକି ଷ୍ଟାଡିଅମ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।। ଆସନ୍ତା ୫ ଜାନୁଆରୀରେ ହେବ ଉଦଘାଟନ।

0 1,503

ରାଉରକେଲା : ୨/୧/୨୩(ସତ୍ୟା ନ୍ୟୁଜ)
ଆସନ୍ତା ଜାନୁଆରୀ ୫ ତାରିଖରେ ରାଉରକେଲାରେ ଉଦଘାଟନ ହେବ ଦେଶର ସବୁଠାରୁ ବଡ଼ ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ କୁ ଉଦଘାଟନ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି। ଷ୍ଟାଡିଅମର ଅନ୍ୟ ଯେଉଁ କାମ ବାକି ଅଛି ତାହା ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି। ୫ ତାରିଖ ଦିନ ଷ୍ଟାଡିଅମ ବ୍ୟତୀତ
‘ମୋ ବସ’ ସେବା ମଧ୍ୟ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହି ବସ ସେବାକୁ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ନବୀକରଣ କରାଯାଇଥିବା
ଡି ଏ ଭି ପୋଖରୀ ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାମର ମଧ୍ୟ ଉଦଘାଟନ ହେବ। ଏହି ସୂଚନା ଦେଇଛନ୍ତି ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର।

ହକି ବିଶ୍ୱକପ ଭଳି ଏକ ମେଗା ଇଭେଣ୍ଟ ରାଉରକେଲାରେ ହେଉଥିବାରୁ ଜାନୁଆରୀ ମାସ ସାରା ସହରକୁ ସ୍ଵଛ ସୁନ୍ଦର ରଖିବାକୁ ଏଡିଏମ ସହର ବାସୀଙ୍କୁ ନିବେଦନ କରିଛନ୍ତି। ସହରରେ ଥିବା ବିଭିନ୍ନ ଆବାସିକ କଲୋନୀ ରେ ଘରେ ଘରେ ରଙ୍ଗୀନ ବିଦ୍ୟୁତ ଅଲୋକ ରେ ସଜାଇବାକୁ ନିବେଦନ କରାଯାଇଛି। ଏଥିପାଇଁ କଲୋନୀ ର ସମସ୍ତ ଆସୋସିଏସନ ଙ୍କୁ ଅନୁରୋଧ କରାଯିବ। ଯେଉଁ କଲୋନୀ ଉତ୍ତମ ସାଜସଜ୍ଜା କରିବେ ତାଙ୍କୁ ପୁରସ୍କୃତ କରାଯିବ।

ହକି ବିଶ୍ୱକପ ଚାଲିଥିବା ସମୟରେ ସହରକୁ ପ୍ରଦୂଷଣ ମୁକ୍ତ ରଖିବାକୁ ସମସ୍ତ ବଡ଼ ବଡ଼ ନିର୍ମାଣ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହାର ଖିଲାଫ କରିବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଏଡିଏମ କହିଛନ୍ତି।

Leave A Reply

Your email address will not be published.