ରାଉରକେଲା : ବସ୍ତି ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ମାନେ।। ଏଡିଏମ , ଏସପି , ଅବକାରୀ ଅଧିକାରୀଙ୍କୁ ଭେଟିଲେ।

0 333

ରାଉରକେଲା :୨/୧/୨୩(ସତ୍ୟା ନ୍ୟୁଜ) ବସ୍ତି ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ମାନେ। ସୋମବାର ଦିନ ‘ଆଶ୍ରା’ ମହିଳା ଗ୍ରୁପ ର ସଦସ୍ୟ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଆରଏମ୍ ସି ଡେପୁଟି କମିସନର , ଏସ୍ ପି, ଏକ୍ସସାଇଜ଼ ଇନ୍ସପେକ୍ଟର ଏବଂ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କ ସହ ସାକ୍ଷାତ କରି ବସ୍ତି ଅଞ୍ଚଳରେ ମଦର କୁପ୍ରଭାଵ ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ବସ୍ତି ଅଂଚଳ ରେ ବିକ୍ରି ହେଉଥିବା ମଦ କୁ କିପରି ସମ୍ପୂର୍ଣ ବନ୍ଦ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା। ‘ସମସ୍ତେ ଆମମାନଙ୍କୁ ମଦ ବିକ୍ରି ବନ୍ଦ କରିବା ଅଭିଯାନରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଭାଟି ମଦ ବସ୍ତି ଅଞ୍ଚଳରେ ରେ ବିକ୍ରି ହେବ ନାହିଁ। ଚୋରା ମଦ ସହିତ ଭାଟି ମଦ ବି ସମ୍ପୂର୍ଣ ବନ୍ଦ କରାଯିବ ବୋଲି ଆମକୁ ପ୍ରତିଶୃତି ଦେଇଛନ୍ତି ଅବକାରୀ ଅଧିକାରୀ ‘, କହିଛନ୍ତି ‘ଆଶ୍ରା’ର ଅଧ୍ୟକ୍ଷା ମିନତୀ ଦେବତା। ଯେଉଁ ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଛି ଖବର ମିଳିଲେ ଏହା ସମ୍ପୂର୍ଣ ବନ୍ଦ କରାଯିବ ବୋଲି ରାଉରକେଲା ଏସପି ପ୍ରତିଶୃତି ଦେଇଥିବା କହିଛନ୍ତି ‘ଆଶ୍ରା’ ର ସଦସ୍ୟ ମାନେ। ଆଶ୍ରା ଗ୍ରୁପ ରେ ରାଉରକେଲା ର ପ୍ରତି ୱାର୍ଡ ର ମହିଳା ଯୋଡି ହେଇଛନ୍ତି , ସମସ୍ତେ ଚାହୁଁଛନ୍ତି ନିଜ ନିଜ ୱାର୍ଡ ରୁ ମଦ ବିକ୍ରି ବନ୍ଦ ହେଉ ଆଉ ବସ୍ତି ଅଞ୍ଚଳର ପିଲା ମାନେ ପlଠ ପଢନ୍ତୁ, ପରିବେଶ ସୁନ୍ଦର ରହୁ ଓ ଶାନ୍ତି ଶୃଙ୍ଖଳା ବଜାୟ ରହୁ , ଏହାହିଁ ଆମ ଆଶ୍ରା ଗ୍ରୁପ ର ଉଦେଶ୍ୟ ବୋଲି କହିଛନ୍ତି ଆଶ୍ରା ଗ୍ରୁପ ର ଅଧ୍ୟକ୍ଷା ମିନତୀ ଦେବତା। ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ଦାସ, ବନିତା
ଦାସ, ସବିତା ଜାମୁଡା, ମଞ୍ଜୁ ଅମ୍ବିକା, ଆରତୀ, ଅର୍ଚନା, ଲକ୍ଷ୍ମୀ , ବାସନ୍ତୀ ମହାନ୍ତି,ରିତୁ , ମାହେଶ୍ୱରୀ, ପ୍ରୀତି, ରୀନା, ସସ୍ମିତା ମହଲ, ପ୍ରିୟଙ୍କା, ଖୁସବୁ ସୋନି, ଲଳିତା, ଲକ୍ଷ୍ମୀ ଶାହ, ସଂଗୀତା, ନିରୁପମା, ସୁଜାତା, ପ୍ରଣତି, ରୋଜାଲିନ ଦାସ ତୁଳସୀ ଶାହ, ଟିକି, ଭାଲେରିଆ ମୁଣ୍ଡା , ପ୍ରଭାସିନୀ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.