ଓଡିଶା : ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ।। ଡ୍ରାଇଭର ଅଳ୍ପକେ ବଞ୍ଚିଲେ।

0 419

ଜଳେଶ୍ବର : ୨/୧/୨୩(ସତ୍ୟା ନ୍ୟୁଜ) ଚଳନ୍ତା ମାଲବାହୀ ଗାଡି ରେ ଲାଗିଲା ନିଆଁ। ଗାଡି ଡ୍ରାଇଭର ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିନ୍ତୁ ଗାଡିଟି ସମ୍ପୁର୍ଣ୍ଣ ପୋଡି ଯାଇଛି। ଏପରି ଘଟିଛି ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ବାଲେଶ୍ବର ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡି ଛାଡି ଡେଇଁ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ର କାରଣ ଅସ୍ପଷ୍ଟ ଥିଲା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ।

Leave A Reply

Your email address will not be published.