ରାଉରକେଲା: ୱେଲଫେଆର ସିଟିଜେନ ଫୋରମ ପକ୍ଷରୁ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ।। ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା।

0 293

ରାଉରକେଲା : ୨/୧/୨୩(ସତ୍ୟା ନ୍ୟୁଜ) ରାଉରକେଲା ୱେଲଫେଆର ସିଟିଜେନ ଫୋରମ ପକ୍ଷରୁ ନୂତନ ବର୍ଷରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏହି ମିନି ମାରଥନର ଶୁଭାରମ୍ଭ କରିଥିଲେ। ଫୋରମର ଅଧ୍ୟକ୍ଷ ଦେବବ୍ରତ ସ୍ବାଇଁଙ୍କ ଉଦ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଅୟୋଜିତ ହେଉଛି। ଚଳିତ ବର୍ଷ ଗଣଦୌଡ଼ରେ ସ୍କୁଲ ଛାତ୍ର ଛାତ୍ରୀ , ସିଭିଲ ଡିଫେନ୍ସ ସଦସ୍ୟ ମାନେ ସାମିଲ ହୋଇଥିଲେ। ପୂର୍ବତନ ନଗରପାଳ ନିହାର ରାୟ , କାଳନ୍ଦୀ ବଡ଼ଜେନା ଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସହରର ମୁଖ୍ୟମାର୍ଗ ଦେଇ ଏହି ଗଣ ଦୌଡ଼ ବିଶ୍ରା ଛକରେ ସମାପ୍ତ ହୋଇଥିଲା। ଶେଷରେ ଗଣଦୌଡ଼ରେ ସାମିଲ ହୋଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସିଟିଜେନ ଫୋରମର ସମ୍ପାଦକ ଦିଲ୍ଲୀପ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.