ରାଉରକେଲା : ଖେଳାଳି , କୋଚ ଏବଂ ଅଫିସିଆଲସ୍ ଙ୍କ ଆତିଥ୍ୟ ଦାୟିତ୍ୱ ହୋଟେଲ ତାଜ଼ ଗ୍ରୁପର।। ଖାଦ୍ୟ ମେନୁ ପ୍ରସ୍ତୁତ।

0 2,129

ରାଉରକେଲା : ୧/୧(ସତ୍ୟା ନ୍ୟୁଜ) ଆଉ ମାତ୍ର ୧୨ ଦିନ ପରେ ରାଉରକେଲାରେ ଖେଳା ଯିବ ହକି ବିଶ୍ୱକପ ର ପ୍ରଥମ ମ୍ୟାଚ। ଏଥିଲାଗି ସମସ୍ତ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଷ୍ଟାଡିଅମ କାମ ଠାରୁ ଆରମ୍ଭ କରି ଖେଳାଳି , କୋଚ ଏବଂ ହକି ଇଣ୍ଡିଆ ଅଫିସିଆଲଙ୍କ ରହିବା , ଖାଇବା ଆଦି ର ସୁବ୍ୟବସ୍ଥା କରାଯାଉଛି। ଏବେ ବିରସା ମୁଣ୍ଡା ହକି ଷ୍ଟାଡିଅମ କମ୍ପ୍ଲେକ୍ସ ରେ ଭାରତୀୟ ହକି ଦଳର ଖେଳାଳି ଏବଂ କୋଚ ଅବସ୍ଥାନ କରୁଛନ୍ତି। ହୋଟେଲ ତାଜ଼ ଗ୍ରୁପ ଖେଳାଳୀ ଏବଂ ଅଫିସିଆଲସ୍
ମାନଙ୍କ ରହିବା , ଖାଦ୍ୟ ପେୟ ର ଦାୟିତ୍ୱ ନେଇଛି। ଖେଳାଳୀ , କୋଚ ଏବଂ ଅନ୍ୟମାନଙ୍କ ପାଇଁ ବ୍ରେକଫାଷ୍ଟ , ଲଞ୍ଚ , ଡିନର ଆଦିର ମେନୁ ପ୍ରସ୍ତୁତ ସରିଲାଣି। ଆଜିଠାରୁ ତାଜ ହୋଟେଲ ଗ୍ରୁପ କାମ ଆରମ୍ଭ କରିସାରିଲେଣି। ଆମିଷ ଏବଂ ନିରାମିଷ ଖାଦ୍ୟ ସହ ଅନ୍ତର୍ଜାତୀୟ ଖାଦ୍ୟ ମେନୁ ମଧ୍ୟ ପ୍ରସ୍ତୁତ ସରିଲାଣି। ଖେଳାଳି , କୋଚ ଏବଂ ଅଫିସିଆଲସ୍ ଙ୍କ ଆତିଥ୍ୟ ଦାୟିତ୍ୱ ରାଉରକେଲାରେ ତାଜ ହୋଟେଲ ଗ୍ରୁପ ଉପରେ ନ୍ୟସ୍ତ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.