ରାଉରକେଲା : ନୂତନ ବର୍ଷ ୨୦୨୩ କୁ ସ୍ୱାଗତ କଲେ ସହର ବାସୀ।। ଦେବାଳୟ , ପାର୍କ ଆଦିରେ ପ୍ରବଳ ଭିଡ।

0 306

ରାଉରକେଲା : ୧/୧(ସତ୍ୟା ନ୍ୟୁଜ) ଆସି ଯାଇଛି ନୂଆ ବର୍ଷ ୨୦୨୩। ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ଲୋକମାନେ ବିଭିନ୍ନ ପ୍ରକାର କାର୍ଯ୍ୟଧାରାରେ ନିଜକୁ ସାମିଲ କରିଛନ୍ତି। ରାଉରକେଲା ସହରର ବିଭିନ୍ନ ପାର୍କ ଏବଂ ଦେବାଳୟ ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ବିଶେଷ କରି ସକାଳୁ ବିଭିନ୍ନ ଦେବାଳୟ ରେ ଠାକୁର ଦର୍ଶନ ଲାଗି ଭିଡ଼ ଲାଗି ରହିଛି।
ହନୁମାନ ବାଟିକା ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକ ମାନେ ଦେବ ଦର୍ଶନ କରିବା ସହ ବୁଲାବୁଲି କରିଥିଲେ। ନୂଆବର୍ଷର ପ୍ରଥମ ଦିନ ପରିବାର ସହ ଜଗନ୍ନାଥ ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରି ନିଜ ପରିବାରର ସୁଖ ଶାନ୍ତି କାମନା କରିଥିଲେ। ସେହିପରି ହନୁମାନ ବାଟିକା ର ଶିବ ମନ୍ଦିର , ବିମଳା ମନ୍ଦିର , ଲଷ୍ମୀ ମନ୍ଦିର , ବୈଷ୍ଣଦେବୀ ମନ୍ଦିର , ସାଇବାବାଙ୍କ ମନ୍ଦିର ଆଦିରେ ମଧ୍ୟ ପ୍ରବଳ ଭିଡ ଥିଲା। ପିଲାମାନେ ବିଭିନ୍ନ ଆମୋଦ ପ୍ରମୋଦ ଯୁକ୍ତ ଖେଳରେ ନିଜକୁ ମସଗୁଲ ରଖିଥିଲେ।
ସେହିପରି ତ୍ରିଶକ୍ତି ମନ୍ଦିରରେ ମଧ୍ୟ ଲୋକମାନଙ୍କ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁ ମାନେ ଦେବ ଦର୍ଶନ ସହ ଭଜନ କୀର୍ତ୍ତନ ମାଧ୍ୟମରେ ନୂତନ ବର୍ଷରେ ଦେବାଦେବୀଙ୍କ ଆରାଧନା କରିଥିଲେ। ଗତକାଲି ବିଭିନ୍ନ କ୍ଲବ , ହୋଟେଲରେ ଜିରୋ ନାଇଟ ପାଳନ କରାଯାଇ ୨୦୨୨ ବର୍ଷ କୁ ବିଦାୟ ଦିଆଯାଇ ନୂତନ ବର୍ଷ ୨୦୨୩ କୁ ସ୍ୱାଗତ କରାଯାଇଥିଲା।

Leave A Reply

Your email address will not be published.