ରାଜଗାଙ୍ଗପୁର : ସହିଦ ପ୍ରଦୀପ ପଣ୍ଡା ଅମର ରହେ ଧ୍ୱନୀରେ କମ୍ପିଲା ରାଷ୍ଟ୍ରୀୟ ବିଦ୍ୟାଳୟ ପରିସର।। ସିଆରପିଏଫ ଜବାନ ଶ୍ରୀ ପଣ୍ଡାଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ।

0 202

ରାଜଗାଙ୍ଗପୁର ୩୧/୧୨(ସତ୍ୟା ନ୍ୟୁଜ) ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଜଗାଙ୍ଗପୁର ର ଅଗ୍ରଣୀ ସାମାଜିକ ସଂସ୍ଥା ସାଇଁ ତିରଙ୍ଗା ଏକାଡେମୀ ପକ୍ଷରୁ ଆଜି ଦେଶର ବର ପୁତ୍ର ତଥା ରାଜଗାଙ୍ଗପୁର ମାଟିର ବୀର ସନ୍ତାନ କୀର୍ତ୍ତି ଚକ୍ର ବିଜେତା ସିଆରପିଏଫ ଯବାନ ସହିଦ ପ୍ରଦୀପ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ “ମା ତୁଝେ ସଲାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଷ୍ଟ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣ ରେ ସହିଦ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ଵ ପ୍ରଥମେ ଉପସ୍ଥିତ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି ସହିଦଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ସଭାକାର୍ଯ୍ୟ ଆରମ୍ଭ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହା ପରେ ସମସ୍ତେ ସହିଦଙ୍କ ଅଦମ୍ୟ ବିରତ୍ୱ ଓ ବଳିଦାନ ଉପରେ ନିଜର ବ୍ୟକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ରେ ତ୍ରିରଙ୍ଗା ସେନାପତି ଏବଂ ସାଇଁ ରାଜ ସେନାପତି ଦେଶାତ୍ମକବୋଧ ସଙ୍ଗୀତ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ ରେ ଅତିଥି ରୁପେ ସହିଦ ଙ୍କ ଧର୍ମପତ୍ନୀ ମିନତୀ ପଣ୍ଡା ,ତାଙ୍କ ଦୁଇ ସନ୍ତାନ,
ସିଆରପିଏଫ ର ଡେପୁଟୀ କମାଡେଣ୍ଟ ଏମଡି ସିରାଜୁଲ ଆଲମ , ପୋୖରାଧ୍ୟକ୍ଷ ମାଧୁରୀ ଲୁଗୁନ ,ପୋୖର ଉପାଧ୍ୟକ୍ଷ ଏମଡି ଇରଫାନ, ଥାନା ଅଧିକାରୀ ବିବତ୍ସ ପ୍ରଧାନ , ବିଧାୟକ ପ୍ରତିନିଧି ଅରୁଣ ସାମଲ ,କଂଗ୍ରେସ ଟାଉନ ସଭାପତି ଦେବ ରଞ୍ଜନ ବିନୋଦ, ଡ଼ଃ ସରୋଜିନୀ ସାହୁ,ସାଇଁ ତିରଙ୍ଗା ର ମୁଖ୍ୟ ବିଷ୍ଣୁ ପ୍ରିୟା ସେନାପତି , ମାରୱାଡି ମହିଳା ମୋର୍ଚ୍ଚାର ସଭାପତି ରେଣୁ ମସକରା ,ବିଜେଡି ନେତ୍ରୀ ରଶ୍ମି ଏକ୍କା ସାଂସଦ ପ୍ରତିନିଧି ମଧୁସ୍ମିତା ରାଉତ ,ଭଜପା ଟାଉନ ସଭାପତି ଶଙ୍କର ସିଂ, ମାରୱାଡି ଯୁବା ମୋର୍ଚ୍ଚା ର ରାଜେଶ ରାଜୁକା ପ୍ରମୁଖ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କ୍ଷେତ୍ର ରେ ଉପଲବ୍ଧି ହାସଲ କରିଥିବା ବିଦ୍ୟାର୍ଥୀ,ସାମାଜିକ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷ ଙ୍କୁ ସମ୍ମନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସହିଦଙ୍କ ଧର୍ମପତ୍ନୀ ମିନତୀ ପଣ୍ଡାଙ୍କୁ ଶଲ ପ୍ରଦାନ କରାଯାଇ ସମ୍ମନିତ କରାଯାଇଥିଲା । ସାଇଁ ତିରଙ୍ଗା ଏକାଡେମୀ ପକ୍ଷରୁ ଜ୍ଞାନ ରଞ୍ଜନ ସେନାପତି ଓ ହରିତ ବସୁଧା ସଙ୍ଗଠନ ର ଗୌତମ ମହାରଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.