ରାଉରକେଲା : ଜାନୁଆରୀ ପ୍ରଥମ ସପ୍ତାହରୁ ସହରରୁ ବିମାନ ଉଡିବା ପ୍ରାୟ ନିଶ୍ଚିତ।। ଶୁକ୍ରବାର ଦିନ ଆଲାଇନ୍ସ ଏଆର ପକ୍ଷରୁ ATR 72 ବିମାନ ଟ୍ରାଏଲ ରନ ସମ୍ପନ୍ନ।

0 530

ରାଉରକେଲା : ୩୦/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲା ରୁ ବିମାନ ଉଡିବା ନେଇ ଏକ ପ୍ରକାର ନିଶ୍ଚିତ ସୂଚନା ମିଳିଛି। ସମ୍ଭବତଃ ଜାନୁଆରୀ ୭ ତାରିଖ ଦିନ ରାଉରକେଲା ରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱର ରୁ ରାଉରକେଲା କମର୍ସିଆଲ ବିମାନ ସେବା ଉପଲବ୍ଧ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଶୁକ୍ରବାର ଦିନ ବିମାନ ଉଡିବା ନେଇ ଟ୍ରାଏଲ ରନ ସରିଛି। ଏହି ଟ୍ରାଏଲ ରନ ସମୟରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ , ମୁଖ୍ୟମନ୍ତ୍ରୀଙ୍କ ସ୍ପେସିଆଲ ସେକ୍ରେଟାରୀ ଭିନିଲ କ୍ରିଷ୍ଣା ଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଲାଏନ୍ସ ଏଆର ପକ୍ଷରୁ ଏ ଟି ଆର ୭୨ ପ୍ଲେନ ଉଡିବାର ଏହି ଟ୍ରାଏଲ ରନ କରାଯାଇଥିଲା। ଏହା ସହ ରନୱେ , ଏୟାରପୋର୍ଟ ଟର୍ମିନାଲ ର ମଧ୍ୟ ଯାଞ୍ଚ କରାଯାଇଥିଲା। ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡକୁ ଏଠାରୁ କମର୍ସିଆଲ ବିମାନ ସେବା ଉପଲବ୍ଧ ହେବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି। କିନ୍ତୁ ହକି ବିଶ୍ୱକପ ପାଇଁ ଖେଳାଳୀ ମାନଙ୍କୁ ଚାର୍ଟଡ଼ ପ୍ଲେନ ରେ ନେବା ଆଣିବା କରାଯିବା ନେଇ ସୂଚନା ରହିଛି।

Leave A Reply

Your email address will not be published.