ରାଉରକେଲା : ବନ୍ଧମୁଣ୍ଡା-ରାଉରକେଲା ରୋଡ଼ ଷ୍ଟକୟାର୍ଡ ନିକଟରେ ଅଟୋ ଓଲଟି ୬ ଆହତ।। ଅଟୋରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ପରିବାରର।

0 380

ରାଉରକେଲା : ୩୦/୧୨(ସତ୍ୟା ନ୍ୟୁଜ) ବନ୍ଧମୁଣ୍ଡା ନିବାସୀ ଅଶୋକ ସିଂ ପରିବାର ସହ ଆସୁଥିଲେ ରାଉରକେଲା ଗୋପବନ୍ଧୁପାଲି। ନିଜର ଜଣେ ସମ୍ପର୍କୀୟଙ୍କ ଶୁଦ୍ଧ କାମରେ ଏକ ଅଟୋ ରେ ଆସୁଥିଲେ। ମାତ୍ର ଦୁର୍ଭାଗ୍ୟ ବଶତଃ, ଅଟୋ ଟି ରାଉରକେଲା- ବନ୍ଧମୁଣ୍ଡା ରୋଡ଼ ଷ୍ଟକୟାର୍ଡ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଅଟୋ ରେ ବସିଥିବା ୩ ଜଣ ପିଲାଙ୍କ ସହ ଛଅ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ମାନେ ଆହତ ପରିବାର ସଦସ୍ୟଙ୍କୁ ରାଉରକେଲା ସରକାରୀ ହସପିଟାଲ ପହଞ୍ଚାଇ ଥିଲେ । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି । ଦ୍ରୁତ ଗାଡି ଚାଳନା ଯୋଗୁ ଅଟୋଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.