ରାଉରକେଲା : ‘ଆଦି ଧର୍ମର ସାମ୍ବିଧାନିକ ମାନ୍ୟତା ଏବଂ ଧର୍ମ କୋଡ଼ ପ୍ରଦାନ ଦାବିରେ ସମାବେଶ।। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ଭାରତୀୟ ଆଦିବାସୀ ମାନଙ୍କ ଧର୍ମ ‘ଆଦି ଧର୍ମ’ ର ସାମ୍ବିଧାନିକ ମାନ୍ୟତା ଏବଂ ଧର୍ମ କୋଡ଼ ପ୍ରଦାନ ଦାବିରେ ଆଦି ଧର୍ମାଲମ୍ବୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଉଦିତନଗର ଫିଟନେସ ପାର୍କ ସମ୍ମୁଖ ରାସ୍ତାରେ ଏହି ସମାବେଶ ହୋଇଥିଲା। ଛତିଶଗଡ଼ , ଝାରଖଣ୍ଡ , ଓଡ଼ିଶାର ଆଦି ଧର୍ମାଲମ୍ବୀ ମାନେ ଏହି ସମାବେଶରେ ଯୋଗ ଦେଇଥିଲେ। ସମାବେଶ ପରେ ଏକ ଶୋଭାଯାତ୍ରାରେ ଆଦି
ଧର୍ମାଲମ୍ବୀ ମାନେ ଏଡିଏମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଆଦିବାସୀ ମାନଙ୍କ ସାମାଜିକ , ସାଂସ୍କୃତିକ ଏବଂ ଧାର୍ମିକ ବ୍ୟବସ୍ଥାର ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।