ନୂଆଦିଲ୍ଲୀ : କାର ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ ଗୁରୁତର ।। ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଯାଇଥିଲା।

0 322

ଭାରତୀୟ କ୍ରିକେଟର ର ବ୍ୟାଟ୍ସ ମ୍ୟାନ ଏବଂ ଉଇକେଡ କିପର ଋଷଭ୍‌ ପନ୍ତ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରିକେଟରଙ୍କ ମର୍ସିଡିଜ୍ କାରଟି ଡିଭାଇଡରକୁ ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଋଷଭଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଅନୁସାରେ ପନ୍ତଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ।
ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତ ଙ୍କ ମର୍ସିଡିଜ୍ କାର ଆଜି ସକାଳ ପ୍ରାୟ ୫ଟା ବେଳେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । ସୌଭାଗ୍ୟବଶତଃ ସେଠାରେ ଥିବା କିଛି ବ୍ୟକ୍ତି କାରର କାଚ ଭାଙ୍ଗି ପନ୍ତଙ୍କୁ ବାହାର କରିଥିଲେ । ସେତେବେଳେ ସେ କାରରେ ଏକୁଟିଆ ଥିଲେ ।
ପରେ ଆହତ କ୍ରିକେଟରଙ୍କୁ ତୁରନ୍ତ ରୁରକିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି , କ୍ରିକେଟରଙ୍କ ଶରୀରରେ ଅଧିକ ଆଘାତ ନାହିଁ, କିନ୍ତୁ ଗୋଟିଏ ଗୋଡ ଭାଙ୍ଗିଥିବା ଆଶାଙ୍କା କରାଯାଉଛି । ବର୍ତ୍ତମାନ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ନିକଟରେ ପନ୍ତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିଥିଲେ। କିନ୍ତୁ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରୁ ସେ ବାଦ ପଡ଼ିଛନ୍ତି।

Leave A Reply

Your email address will not be published.