ରାଉରକେଲା : ଜାନୁଆରୀ ୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ପଞ୍ଜ ଆଇରନ କାରଖାନା ବନ୍ଦ ରହିବ।। ପ୍ରଦୂଷଣ ନିଅନ୍ତ୍ରଣ ବୋର୍ଡର ନୂତନ ନିର୍ଦ୍ଦେଶନାମା।

0 2,053

ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ନେଇଥିବା ନିଷ୍ପତ୍ତିର କିଛି ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଲୁଙ୍ଗା ଏବଂ କୁଆରମୁଣ୍ଡା ର ସ୍ପଞ୍ଜ ଆଇରନ କାରଖାନାକୁ ଜାନୁଆରୀ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏହାଛଡା ରାଉରକେଲା ଇସ୍ପାତ କରଖାନାର କେତେକ ୟୁନିଟ ସହ ଅନ୍ୟ କେତେକ ପ୍ରଦୂଷଣ ସୃଷ୍ଟି କରୁଥିବା ଶିଳ୍ପ କୁ ମଧ୍ୟ ବନ୍ଦ ରଖିବାକୁ ନୋଟିସ ଦେଇଥିଲେ। ଏହି ନିଷ୍ପତ୍ତିର ପୁନ୍ନବିଚାର କରିବାକୁ ରାଉରକେଲା ବଣିକ ସଙ୍ଘ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୁ ନିବେଦନ କରିଥିଲେ। ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ଫ୍ରେସ ଆଡ଼ଭିଜରି ଜାରି କରିଛନ୍ତି। ତଦନୁଯାୟୀ ଏହି କରଖାନା ଗୁଡିକ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ମାତ୍ର ରୋଲିଂ ମିଲ , ପେଲେଟ ୟୁନିଟ, ପାୱାର ପ୍ଲାଣ୍ଟ ଆଦି ଖୋଲା ରହିବ। ଆର ଏସ ପି କିଛି ୟୁନିଟ ମଧ୍ୟ ବନ୍ଦ ରହିବ। ସରକାର ଏହାର ସମୀକ୍ଷା କରି ନୂତନ ନିର୍ଦ୍ଦେଶନାମା ଜାରି କରିଥିବାରୁ ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.