ରାଉରକେଲା : କର୍ମଚରୀଙ୍କ ଏଙ୍ଗେଲ ମାଡରେ ବ୍ୟବସାୟୀ ଗୁରୁତର।। ଆହତ ବ୍ୟବସାୟୀ ଆଇ ଜି ଏଚ ରେ ଭର୍ତ୍ତି। ପୋଲିସର ତଦନ୍ତ ଜାରି।
ରାଉରକେଲା : ୨୯/୧୨(ସତ୍ୟା ନ୍ୟୁଜ) ବ୍ୟବସାୟୀଙ୍କ ଉପରେ କର୍ମଚରୀଙ୍କ ମରଣାତ୍ମକ ଆକ୍ରମଣ । ଆକ୍ରମଣରେ ବ୍ୟବସାୟୀ ଗୁରୁତର ଆହତ ହୋଇ
ଆଇ ଜି ଏଚ ରେ ଭର୍ତ୍ତି। ଏପରି ଏକ ଘଟଣା ଘଟିଛି ରାଉରକେଲା ବିଶ୍ରା ଛକ ନିକଟ ସହରର ମୁଖ୍ୟ ମାର୍ଗରେ। ଗୁରୁବାର ପୂର୍ବାହ୍ନରେ ଲୁହା ବ୍ୟବସାୟୀ ଧନେଶ୍ୱର ସାହୁ ଦୋକାନରେ ବସିଥିଲେ। ଦୋକାନ କର୍ମଚାରୀ ମହେନ୍ଦ୍ର ସେଠାରେ କାମ କରୁଥିଲେ। ହଠାତ କର୍ମଚାରୀ ଜଣକ ହାତରେ ଧରିଥିବା ଏକ ଲୁହା ଏଙ୍ଗେଲ ରେ ଧନେଶ୍ୱରଙ୍କ ଉପରେ ଆକ୍ରମଣ କରିଥିଲା। ମାଡରେ ଦୋକାନ ମାଲିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପାଖ ପଡୋଶୀ ଦୌଡି ଆସି ଧନେଶ୍ୱରଙ୍କ ବଞ୍ଚାଇବା ସହ ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ପ୍ଲାଣ୍ଟସାଇଟ ପୋଲିସ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଥାନା କୁ ନେଇ ତଦନ୍ତ ଚଳାଇଛନ୍ତି। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ପାରିନାହିଁ।