ସୁନ୍ଦରଗଡ : ହକି ବିଶ୍ୱକପ ପାଇଁ ଯୁବପିଢି ମଧ୍ୟରେ ଉତ୍ସାହ ସୃଷ୍ଟି ଉଦ୍ୟମ।। ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ଆୟୋଜନ।। ହକିରେ ୩୦ ଏବଂ ଫୁଟବଲ ରେ ୨୫ ଟିମ୍ ର ଚୟନ।

0 239

ରାଉରକେଲା : ୨୯/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏନେଇ ଗ୍ରାମପଞ୍ଚାୟତରୁ ଆରମ୍ଭ ହୋଇଥିବା ହକି ପ୍ରତିଯୋଗିତା ବ୍ଲକ ସ୍ତରରେ ଆୟୋଜନ କରାଯିବ। ଏଥିପାଇଁ ଲଟେରି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ମୋଟ ୩୦ଟି ଟିମକୁ ଚୟନ କରାଯାଇଛି।
ସେହିପରି ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଲାଗି ମୋଟ ୨୫ଟି ଟିମକୁ ଲଟେରି ମାଧ୍ୟମରେ ଚୟନ କରାଯାଇଛି। ସେଥିମଧ୍ୟରେ ୧୮ଟି ପୁରୁଷ ଏବଂ ୭ଟି ମହିଳା ଟିମ୍ ଅଛନ୍ତି।
ସୁନ୍ଦରଗଡ଼ଠାରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ଏହି ଲଟେରି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ହକି ଆସୋସିଏସନର କର୍ମକର୍ତ୍ତା, ପଞ୍ଚାୟତ ଓ ବ୍ଲକର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.