ରାଉରକେଲା : ଜାନୁଆରୀ ମାସରୁ ରାଉରକେଲା-ଭୁବନେଶ୍ୱର ବିମାନ ସେବା ନେଇ ଆଶା।। ଏ ଟି ଆର ୭୨-୬୦୦ ବିମାନ ଉଡିବା ନେଇ ଆଶା।
ରାଉରକେଲା : ୨୮/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ମାସରୁ ରାଉରକେଲା ଏୟାରପୋର୍ଟ ରୁ ବିମାନ ଉଡିବା ନେଇ ଆଶା ଦେଖାଦେଇଛି। ଆଲିଆନ୍ସ ଏଆର ଲାଇନସ ପକ୍ଷରୁ ATR 72 ବିମାନ ଚଳାଚଳ ନେଇ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ରାଉରକେଲା ରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଦିଆଯିବ। ହକି ବିଶ୍ୱକପ ରାଉରକେଲାରେ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହେବ। ଏହା ପୂର୍ବରୁ ଏଠାରୁ ବିମାନ ଉଡିବା ଏକ ପ୍ରକାର ନିଶ୍ଚିତ। ବିମାନ ବନ୍ଦର କାମ ପ୍ରାୟ ସରି ଯାଇଛି। ଖେଳାଳି ମାନଙ୍କୁ ଚାର୍ଟର ପ୍ଲେନ ରେ ଅଣାଯିବାର ବ୍ୟବସ୍ଥା କରାଯାଉଛି। ତା ପୂର୍ବରୁ କମର୍ସିଆଲ ବିମାନ ସେବା ଆରମ୍ଭ କରାଯିବା ନେଇ ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଛି। ମଙ୍ଗଳବାର ଦିନ ଭାରତୀୟ ହକି ଦଳ ଖେଳାଳୀଙ୍କୁ ଝାରସୁଗୁଡା ଏୟାରପୋର୍ଟରୁ ବସ ଯୋଗେ ରାଉରକେଲା ଅଣାଯାଇଥିଲା। ଏଥିପାଇଁ ରାଉରକେଲା ବିମାନ ବନ୍ଦରର ଶୀଘ୍ର କାର୍ଯ୍ୟକାରିତା ନେଇ ରାଉରକେଲା ବାସୀ ସନ୍ଦିହାନ ଥିଲେ।