ରାଉରକେଲା : ସମ୍ଭାବ୍ୟ କୋଭିଡ ୧୯ର ମୁକାବିଲା ଲାଗି ରାଉରକେଲା ସମେତ ସୁନ୍ଦରଗଡ଼ରେ ବ୍ୟାପକ ପ୍ରସ୍ତୁତି।। ଜିଲ୍ଲା ହସପିଟାଲରେ ମକ ଡ୍ରିଲ କରାଗଲା।
ରାଉରକେଲା : ୨୮/୧୨(ସତ୍ୟା ନ୍ୟୁଜ) କୋଭିଡ ୧୯ ର ସମ୍ଭାବ୍ୟ ଚତୁର୍ଥ ଲହର କୁ ମୁକାବିଲା କରିବା ଲାଗି ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ରାଉରକେଲା ଏବଂ ସରକାରୀ ହସପିଟାଲରେ ମଙ୍ଗଳବାର ଦିନ ମକ ଡ୍ରିଲ କରାଯାଇଛି। ସୁନ୍ଦରଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ତର ସରୋଜ କୁମାର ମିଶ୍ରଙ୍କ ତଦାରଖ ରେ ଏହି ମକ ଡ୍ରିଲ ହୋଇଥିଲା। ଉଭୟ ରାଉରକେଲା ଏବଂ ସୁନ୍ଦରଗଡ଼ ସରକାରୀ ହସପିଟାଲରେ ରେ କୋଭିଡ ରୋଗୀ ଚିକିତ୍ସା ଲାଗି ଅକ୍ସିଜେନ ବେଡ଼ ବ୍ୟବସ୍ଥା ସରିଲାଣି। ରୋଗୀ ଚିକିତ୍ସା ଲାଗି ଆବଶ୍ୟକୀୟ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗଛିତ ରଖା ଗଲାଣି। ଜିଲ୍ଲାରେ ୩ ଟି RTPCR ଟେଷ୍ଟ କେନ୍ଦ୍ର ରହିଛି। ପ୍ରତିଦିନ ଏହି କେନ୍ଦ୍ର ମାନଙ୍କରେ ୪୦୦ କୋଭିଡ ଟେଷ୍ଟ ହୋଇ ପାରିବ ବୋଲି ସି ଡି ଏମ୍ ଓ କହିଛନ୍ତି। ଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ ନିୟମାବଳୀ ମାନି ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ମାନେ ଟିକା ନେଇ ନାହାନ୍ତି ସରକାରୀ ରେଟ ରେ ଘରୋଇ ହସପିଟାଲ ରେ ଟିକା ନେଇ ପାରିବେ ବୋଲି CDMO କହିଛନ୍ତି।