ରାଉରକେଲା : ଅଭ୍ୟାସ ମ୍ୟାଚର ଶେଷ ଦିନରେ ଭାରତୀୟ ହକି ଦଳ ୫-୨ ଗୋଲରେ ବିଜୟୀ।। ଦକ୍ଷିଣ କୋରିଆ ଜୁନିୟରକୁ ହରାଇ ବିଜୟୀ।
ରାଉରକେଲ : ୨୮/୧୨(ସତ୍ୟା ନ୍ୟୁଜ) ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଚାଲିଥିବା ଅଭ୍ୟାସ ମ୍ୟାଚ ମଙ୍ଗଳବାର ଦିନ ଶେଷ ହୋଇଛି। ଏଥିରେ ଦକ୍ଷିଣ କୋରିଆ ଜୁନିୟର ଟିମକୁ ୫-୨ ଗୋଲରେ ପରାଜିତ କରି ଭାରତୀୟ ଜୁନିୟର ହକି ଟିମ ବିଜୟୀ ହୋଇଛି।
ଗତ ୨୪ ତାରିଖରୁ ଏହି ଅଭ୍ୟାସ ମ୍ୟାଚ ଚାଲିଥିଲା। ୨୬ ତାରିଖରେ ଦ୍ୱିତୀୟ ଏବଂ ୨୭ରେ ତୃତୀୟ ଅଭ୍ୟାସ ମ୍ୟାଚ ଆୟୋଜନ କରାଯାଇଥିଲା। ଭାରତ ଏବଂ ଦକ୍ଷିଣ କୋରିଆ ଜୁନିୟର ଟିମ ଭିତରେ ଏହି ମ୍ୟାଚ ଚାଲିଥିଲା।
ଅଭ୍ୟାସ ମ୍ୟାଚର ଶେଷ ଦିନରେ ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂ ଯୋଗଦେଇ ଉଭୟ ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
୨୦୨୩ ଜାନୁଆରିରେ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ୍ ଆୟୋଜନ କରାଯିବ। ଜାନୁଆରି ୧୩ରୁ ୨୯ ତାରିଖ ଯାଏଁ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ମଙ୍ଗଳବାର ଦିନ ସନ୍ଧ୍ୟାରେ ଭାରତୀୟ ହକି ଦଳ ଆସି ରାଉରକେଲାରେ ପହଞ୍ଚିଛନ୍ତି। ଝାରସୁଗୁଡା ଏୟାରପୋର୍ଟ ରୁ ବସ ଯୋଗେ ରାଉରକେଲା ପହଞ୍ଚିବା ପରେ ଖେଳାଳି ମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିରସା ମୁଣ୍ଡା ହକି ଷ୍ଟାଡିଅମରେ ଭାରତୀୟ ହକି ଦଳ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି।