ରାଉରକେଲା : ୨୭/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଲାଗି ଘୋଷିତ ଭାରତୀୟ ହକି ଦଳ ଆଜି ଆସି ରାଉରକେଲାରେ ପହଞ୍ଚୁଛନ୍ତି। ସକାଳେ ଭୁବନେଶ୍ୱରରେ ପହଁଚିବା ପରେ ଭାରତୀୟ ଟିମଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜଧାନୀରେ କିଛି ସମୟ ରହିବାପରେ ଖେଳାଳୀ ମାନେ ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ। ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ଖେଳାଳୀ ଏବଂ ଟିମ ମେମ୍ବରଙ୍କୁ ସେଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ବସ୍ ଯୋଗେ ଭାରତୀୟ ହକି ଦଳର ସଦସ୍ୟ ମାନଙ୍କୁ ରାଉରକେଲା ଅଣା ଯିବାର କାର୍ଯ୍ୟକ୍ରମ ରହିଛି। ସହରର ବିଭିନ୍ନ ସ୍ଥାନରେ ଖେଳାଳୀ ମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ଭାରତୀୟ ହକି ଟିମ ବିପିୟୁଟି କ୍ୟାମ୍ପସରେ ରହିବାର ବ୍ୟବସ୍ଥା କରାଯାଇଛି।