ରାଉରକେଲା : ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ସାଇକେଲ ଚଳାଇଲେ ବିଧାୟକ , କମିଶନର , ଡେ଼ପୁଟି କମିଶନର।। ‘ସାଇକ୍ଲୋଥନ’ ଅୟୋଜିତ
ରାଉରକେଲା : ୨୭/୧୨(ସତ୍ୟା ନ୍ୟୁଜ) ବିଧାୟକ , ମହନଗର ନିଗମ କମିଶନର , ଡେ଼ପୁଟି କମିଶନର ସମସ୍ତେ ଚଳାଇଲେ ସାଇକେଲ। ସେ ପୁଣି ସାଧାରଣ ସାଇକେଲ। କାରଣ ଏହି କାର୍ଯ୍ୟକ୍ରମରେ ରେସିଙ୍ଗ ସାଇକେଲ ଚଳାଇବାକୁ ବାରଣ କରାଯାଇଥିଲା।
ଏ ପ୍ରକାର ଏକ ଦୃଶ୍ୟ ରାଉରକେଲାରେ ଦେଖିବାକୁ ମିଳିଥିଲା ମଙ୍ଗଳବାର ସକାଳେ। ଉଦିତନଗର ମିନି ଷ୍ଟାଡିଅମ ନିକଟରୁ ଏକ ସାଇକେଲ ରେସ୍ ଆରମ୍ଭ କରାଯାଇଥିଲା। ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ଏହି ସାଇକ୍ଲୋଥନ ର ଆୟୋଜନ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ମହନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର , ଡେ଼ପୁଟି କମିଶନର ସୁଧାଂଶୁ ଭୋଇଙ୍କ ଉପସ୍ଥିତିରେ ଜଣେ ଛୋଟ ପିଲା ଏହି ସାଇକ୍ଲୋଥନ ର ଶୁଭାରମ୍ଭ କରିଥିଲେ । ଉଦିତନଗର ରୁ ବାହାରି ଏହି ସାଇକେଲ ରେସ୍ ରିଙ୍ଗ ରୋଡ଼ ପରିକ୍ରମା କରି ମିନି ଷ୍ଟାଡିଅମ ନିକଟକୁ ଫେରି ଆସିଥିଲା।