ରାଉରକେଲା : ୨୭/୧୨(ସତ୍ୟା ନ୍ୟୁଜ) ଆଜି ଭାରତୀୟ ହକି ଦଳ ଆସି ରାଉରକେଲାରେ ପହଞ୍ଚିବେ। ଝାରସୁଗୁଡ଼ା ଏୟାରପୋର୍ଟ ରେ ପହଁଚିବା ପରେ ଖେଳାଳି ଏବଂ ଟିମ ସଦସ୍ୟ ଙ୍କୁ ସ୍ୱାଗତ କରାଯାଇ ବସ ଯୋଗେ ରାଉରକେଲା ଅଣାଯିବ। ଭାରତୀୟ ହକି ଦଳ ବିପିୟୁଟି କ୍ୟାମ୍ପସ ରେ ରହିବାର ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ ବିଶ୍ୱକପ ପୂର୍ବରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ସୋମବାର ଦିନ ସନ୍ଧ୍ୟାରେ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ସହ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଟିମ୍ ୧୧-୨ ଗୋଲରେ ବିଜୟୀ ହୋଇଥିଲା।
୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଉଦଘାଟନୀ ମ୍ୟାଚ ରାଉରକେଲା ବିରସା ମୁଣ୍ଡା ହକି ଷ୍ଟାଡିଅମ ରେ ୧୩ ତାରିଖ ଦିନ ଭାରତ ଏବଂ ସ୍ପେନ ମଧ୍ୟରେ ହେବ ।