ରାଉରକେଲା : ବଣେଇ ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ରାସ୍ତା ଅବରୋଧ କଲେ।। ଉତ୍ୟକ୍ତ ଲୋକେ ବନ ଅଧିକାରୀଙ୍କୁ ଅଟକ ରଖିଲେ।

0 226

ରାଉରକେଲା : ୨୬/୧୨(ସତ୍ୟା ନ୍ୟୁଜ)
ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଶେଷରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେଲେ। କେବଳ ରାସ୍ତା ଅବରୋଧ ନୁହେଁ ରେଞ୍ଜର ଏବଂ ଫରେଷ୍ଟରଙ୍କୁ ମଧ୍ୟ ଅଟକ ରଖିଲେ। ଏପରି ଘଟଣା ଘଟିଛି ବଣାଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜକେଇକଳା ଗ୍ରାମରେ। ବଣେଇ ଅଞ୍ଚଳରେ ବହୁଦିନ ଧରି ଦୁଇଟି ଦନ୍ତାହାତୀ ଉପଦ୍ରବ ଚଳାଇଛନ୍ତି। ଧାନ ଫସଲ ଖାଇ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ହେଉନାହିଁ । ଗତକାଲି ରାତିରେ ଏହି ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶି ଗାଁ ର କେତେକ ଘର ଭାଙ୍ଗି ଦେଇଥିବା ବେଳେ ଧାନ ଖାଇ ଯାଇଛନ୍ତି। ଦନ୍ତା ଘର ଭାଙ୍ଗି ପଶି ଯାଉଥିବାରୁ ଜୀବନ ହାନୀ ମଧ୍ୟ ହେଉଛି। ରାତିରେ ଗୋଟିଏ ପରିବାର ଦନ୍ତା କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ସୋମବାର ଦିନ ଜକେଇକଳା ଗ୍ରାମବାସୀ ବଣେଇ- ଜଙ୍ଗାଳ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଫରେଷ୍ଟର ଏବଂ ରେଞ୍ଜର ପହଁଚିବାରୁ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ପରେ ବଣେଇ ଏ ସି ଏଫ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଉଥିବା ବେଳେ ଉତ୍ତେଜନା ଆହୁରି ବଢ଼ି ଯାଇଥିଲା। ସ୍ଥାନୀୟ ଲୋକମାନେ ହାତୀ ସମସ୍ୟାର ସମାଧାନ ଦାବିରେ ରାସ୍ତାରେ ନିଆଁ ଜାଳି ବସି ରହିଥିଲେ।

କେବଳ ବଣେଇ ଅଞ୍ଚଳ ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀ ଉପଦ୍ରବ ଲାଗି ରହିଛି। ବନ ବିଭାଗ ସ୍ଥାୟୀ ଭାବେ ହାତୀ ଘଉଡାଇବାକୁ ସକ୍ଷମ ହେଉ ନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।

Leave A Reply

Your email address will not be published.