ରାଉରକେଲା : ସୁସ୍ୱାଦୁ ଏବଂ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ପ୍ରସ୍ତୁତି ଲାଗି ନୀଳାଚଳ ହୋଟେଲ ପୁରସ୍କୃତ।। ‘ଇଟ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା’ ଉଦଯାପିତ।

0 271

ରାଉରକେଲା : ୨୬/୧୨(ସତ୍ୟା ନ୍ୟୁଜ) ତିନି ଦିନ ଧରି ଚଳିଥିବା ‘ଇଟ୍ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା’ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ବେଳେ ସେଠାରେ ଲଗା ଯାଇଥିବା ଶ୍ରେଷ୍ଟ ଖାଦ୍ୟ ଷ୍ଟଲ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏକ ଆକର୍ଷକ ସମ୍ବଲପୁରୀ ନୃତ୍ୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ପରେ ଅନ୍ୟାନ୍ୟ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଉରକେଲା ଏଡିଏମ୍ ତଥା ସ୍ମାର୍ଟ ସିଟି ଲିମିଟେଡ଼ର ସି ଇ ଓ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ସମେତ ଆର ଏମ୍ ସି ଏବଂ ସ୍ମାର୍ଟ ସିଟି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଖାଦ୍ୟ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଲୋକଙ୍କ ଗହଳି ଲାଗି ରହିଥିଲା। ଫୁଡ଼ ଷ୍ଟଲ ରେ ସ୍ୱଚ୍ଛ ପରିବେଶ ବଜାୟ ରଖିବା ଏବଂ ସ୍ୱାସ୍ଥ୍ୟପ୍ରଦ , ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ଲାଗି ନୀଳାଚଳ ହୋଟେଲ କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.