ରାଉରକେଲା : କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ଜଲଦା ଅଞ୍ଚଳ ପରିଦର୍ଶନ।। ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି।
ରଘୁନାଥପଲ୍ଲୀ କଂଗ୍ରେସ ନେତା ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି “ଆସ ଆମେ ବସ୍ତି କୁ ଯିବା” କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରବିବାର ଦିନ ପ୍ରଶାନ୍ତ ଜଲଦା ‘ଏ’ ବ୍ଲକ ଏବଂ ପୁରୁଣା ଜଲଦା ଅଞ୍ଚଳ ପରିଦର୍ଶନ କରି ଉକ୍ତ ଅଞ୍ଚଳ ର ସମସ୍ୟା ଉପରେ ଅବଗତ ହୋଇଥିଲେ |ବୟସ୍କ ଲୋକ , ବୃଦ୍ଧା , ବିଧବା, ଭିନ୍ନକ୍ଷମ ଯେଉଁ ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ସରକାରୀ ସ୍ତରରେ କିପରି ସାହାଯ୍ୟ କରିହବ ଏବଂ ଯେଉଁ ମାନେ ଅର୍ଥ ଅଭାବ ରୁ ରୋଗ ଗ୍ରସ୍ତ ରେ ପଡିଛନ୍ତି ସେମାନ ଙ୍କୁ କିପରି ସରକାରୀ ସାହାଯ୍ୟ କରିହବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସେ ପ୍ରତିଶୃତି ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ର ବରିଷ୍ଠ ନେତା ଗଜେନ୍ଦ୍ର ତନ୍ତି, ରାଜୁ ଜୟପୁରିଆ, ଲାଠିକଟା ଜିଲ୍ଲା ପରିଷଦ ପ୍ରାର୍ଥୀ ତନ୍ମୟ ସେଠି, ନିଲୁ ସେଠି,ପ୍ରତାପ ପାଢ଼ୀ, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ, ଜିତେନ୍ ମାଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ