ରାଉରକେଲା : ବ୍ରାହ୍ମଣୀ କ୍ଲବରେ ବଡ଼ଦିନ ଏବଂ ମେରୀ ଖ୍ରୀଷ୍ଟମାସ ଉତ୍ସବ ପାଳିତ।। ସାନ୍ତାକ୍ଲସଙ୍କ ସହ ମସ୍ତି କଲେ ପିଲା ମାନେ ।

0 219

ବଡ଼ଦିନ ଏବଂ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଲାଗି ବିଭିନ୍ନ ଚର୍ଚ୍ଚରେ ପ୍ରାର୍ଥନା ଆଦି ଚାଲିଥିବା ବେଳେ ଛୋଟ ପିଲା ମାନେ ସାନ୍ତାକ୍ଳସ ଙ୍କ ସାଙ୍ଗରେ ବଡ ଦିନ ଉତ୍ସବ ପାଳନ କରୁଛନ୍ତି। ସନ୍ତାକ୍ଲସ ପିଲାମାନଙ୍କ ପାଇଁ ଆଣିଥିବା ଚକଲେଟ , ମିଠାଇ ଆଦି ବାଣ୍ଟୁ ଥିବା ବେଳେ ପିଲାମାନେ ସନ୍ତାକ୍ଲସଙ୍କ ପିଛା ଛାଡୁ ନାହାନ୍ତି।ମାନବ ସମାଜ ପାଇଁ ଯୀଶୁଙ୍କ ତ୍ୟାଗ , ବଳିଦାନ ର ବାଣୀ ଏବଂ ସାନ୍ତା କ୍ଳସଙ୍କ ‘ଅନ୍ୟକୁ ଦେବାରେ ଖୁସି’ର ସନ୍ଦେଶ ଏହି ଉତ୍ସବର ମହତ୍ତ୍ୱ। ରାଉରକେଲା ବ୍ରାହ୍ମଣୀ କ୍ଲବ ରେ ଏକ କଲରଫୁଲ କାର୍ଯ୍ୟକ୍ରମରେ ଏହି ଦୁଇଟି ସନ୍ଦେଶ କୁ ଅତି ସୁନ୍ଦର ଭାବେ ଦିଆଯାଇଥିଲା।

ବଡ଼ଦିନ ଉତ୍ସବ ପାଳନ ଅବସରରେ କ୍ଲବ ପରିସରରେ ପିଲାଙ୍କ ମନୋରଞ୍ଜନ ଲାଗି ଯାଦୁ ଖେଳର ବ୍ୟବସ୍ଥା କରାଯାଇଥିଲା। ଯାଦୁଗର ଅତି ସୁନ୍ଦର ଖେଳ ଦେଖାଇ ପିଲାଙ୍କ ମନ ଜିଣି ନେଇଥିଲା। ପିଲାମାନେ ନାଚି କୁଦି , ଖାଇ ପିଇ ମେରୀ ଖ୍ରୀଷ୍ଟମାସ କେକ୍ କାଟିଥିଲେ। ସାନ୍ତାକ୍ଲସ ଆସିବା ପରେ ଉତ୍ସବର ମାହୋଲ ବଦଳି ଯାଇଥିଲା। ସବୁ ପିଲାମାନେ ଅନ୍ୟ ସମସ୍ତ ପ୍ରକାର ମନୋରଞ୍ଜନ ଛାଡି ସାନ୍ତା ଙ୍କ ପଛରେ ପଡିଯାଇଥିଲେ।

କେବଳ ବ୍ରହ୍ମଣୀ କ୍ଲବ ନୁହେଁ, ସହରର ବିଭିନ୍ନ ହୋଟେଲ , ରେଷ୍ଟୁରାଣ୍ଟ ମାନଙ୍କରେ ମଧ୍ୟ ଖ୍ରୀଷ୍ଟମାସ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। କୋଭିଡ କଟକଣା ଉଠି ଯାଇଥିବାରୁ ଦୁଇବର୍ଷ ପରେ ଧୂମଧାମ ରେ ସହର ବାସୀ ଖ୍ରୀଷ୍ଟମାସ ଉତ୍ସବ ପାଳନ କରିଥିଲେ।

Leave A Reply

Your email address will not be published.