ରାଉରକେଲା : ପ୍ରସାଦ ଜୁଏଲର୍ସର ‘ମେହଙ୍ଗାଇ ପର ହାଲ୍ଲାବୋଲ’ ଅଫର।। ହାଲମାର୍କ ସୁନା ଗହଣା ଗ୍ରାମ ପ୍ରତି ମେକିଙ୍ଗ ଚାର୍ଜ ସର୍ବାଧିକ ୬୪୯ ଟଙ୍କା।
ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ଥିବା ପ୍ରସାଦ ଜୁଏଲର୍ସ ଚଳିତ ବର୍ଷର ସବୁଠାରୁ ଶସ୍ତା ସୁନା ଗହଣା ପ୍ରସ୍ତୁତି ଯୋଜନା ଆରମ୍ଭ କରିଛି। ଏହି ସ୍କିମ ଏକ ସୀମିତ ସମୟ ଲାଗି ଚାଲିବ। ‘ଗ୍ରାଣ୍ଡ ସେଭିଂ ସେଲ’ ନାମକ ଏହି ଅଫର ରେ ସୁନା ଗହଣା ତିଆରି ଉପରେ ଖୁବ ଶସ୍ତା ରେଟ ରଖାଯାଇଛି। ଆଜିକା ସମୟରେ ଯେଉଁଠି ଏକ ଗ୍ରାମ ସୁନା ଗହଣା ତିଆରି ପାଇଁ ୭୦୦ ରୁ ୧୮୦୦ ଟଙ୍କା ପଡୁଛି ସେହି ସମୟରେ ପ୍ରସାଦ ଜୁଏଲର୍ସ ମେକିଙ୍ଗ ଚାର୍ଜ ଅତି କମ ରଖିଛି। ଏକ ଗ୍ରାମ ହଲ ମାର୍କ ସୁନା ଗହଣା ର ମେକିଙ୍ଗ ଚାର୍ଜ ଜିରୋ ରୁ ସର୍ବାଧିକ ୬୪୯ ଟଙ୍କା ରଖାଯାଇଛି।
ଏହି ଅଫର ଏକା ସାଙ୍ଗରେ ରାଉରକେଲା , ସୁନ୍ଦରଗଡ , ଝାରସୁଗୁଡା , ସମ୍ବଲପୁର ଷ୍ଟୋର ରେ ଗ୍ରାହକଙ୍କ ଉପସ୍ଥିତି ରେ ଶୁଭାରମ୍ଭ କରାଯାଇଛି।
ପ୍ରସାଦ ଜୁଏଲର୍ସ ର ଚେୟାରମ୍ୟାନ ଅନୀଲ ପ୍ରସାଦ କହିଛନ୍ତି ଯେ ପ୍ରଥମ ଥର ଲାଗି ଓଡ଼ିଶାରେ ଏପ୍ରକାର ଏକ ଅଫର ର ଶୁଭାରମ୍ଭ କରାଯାଇଛି। ଆଜିକାର ମୁଦ୍ରାସ୍ପୀତ୍ତି ସମୟରେ ଗ୍ରାହକଙ୍କୁ ଟିକେ ସୁବିଧା ଦେବା ଲାଗି ଏ ପ୍ରକାର ଅଫର ର ଶୁଭାରମ୍ଭ କରାଯାଇଛି ବୋଲି ଅନୀଲ ପ୍ରସାଦ କହିଛନ୍ତି।