ରାଉରକେଲା : ଯୀଶୁଙ୍କ ଜନ୍ମଦିନ ଏବଂ ବଡ଼ଦିନରେ ସହରରେ ଉଲ୍ଲାସ ର ମାହୋଲ।। ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟ ରେ ବଡ଼ଦିନ କୁ ସ୍ୱାଗତ କରି କାର୍ଯ୍ୟକ୍ରମ
ରାଉରକେଲା : ୨୫/୧୨(ସତ୍ୟା ନ୍ୟୁଜ) ଆଜି ବଡଦିନ ଏବଂ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଧୂମଧାମ ରେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନ୍ଦର ସାଜସଜ୍ଜା କରାଯାଇଛି। ଦୋକାନ ବଜ଼ାରରେ ମଧ୍ୟ ଖ୍ରୀଷ୍ଟମାସର ଛାପ। ଶନିବାର ମଧ୍ୟରାତ୍ରରେ ଧରାପୃଷ୍ଠ କୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏଥି ଲାଗି ରାଉରକେଲା ସହର ସମେତ ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ରେ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ହମିରପୁର ସ୍ଥିତ ରୋମାନ କାଥୋଲିକ ଚର୍ଚ୍ଚ ରେ ମଧ୍ୟ ମେରୀ ଖ୍ରୀଷ୍ଟମାସ ଏବଂ ଯୀଶୁଙ୍କ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ବହୁ ଶ୍ରଦ୍ଧାଳୁ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ବଡ଼ଦିନ ଲାଗି ଆଜି ଚର୍ଚ୍ଚ ମାନଙ୍କରେ ସକାଳୁ ପ୍ରାର୍ଥନା ସଭା ମାନ ହୋଇ ଯାଇଛି। ଖ୍ରୀଷ୍ଟ ଧର୍ମାଲମ୍ବୀ ମାନେ ଘରେ ଘରେ ପିଠା ପଣା କରି ଯୀଶୁଙ୍କ ଜନ୍ମଦିନ ପାଳନ କରୁଛନ୍ତି।