ରାଉରକେଲା : ଦକ୍ଷିଣ କୋରିଆକୁ ୫-୦ ଗୋଲରେ ହରାଇ ଭାରତୀୟ ଟିମ ବିଜୟୀ।। ହକି ବିଶ୍ୱକପ ପୂର୍ବରୁ ଅୟୋଜିତ ଅଭ୍ୟାସ ମ୍ୟାଚରେ ବିଜୟୀ।
ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ୨୦୨୩ ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ଶନିବାର ଦିନ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ଭିତରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣ କୋରିଆକୁ ୫-୦ ଗୋଲରେ ପରାଜିତ କରି ଭାରତୀୟ ଜୁନିୟର ଟିମ୍ ବିଜୟୀ ହୋଇଛି।
୨୦୨୩ ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହା ଆୟୋଜନ କରାଯିବ। ଜାନୁଆରି ୧୩ରୁ ୨୯ ତାରିଖ ଯାଏଁ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏହି ଅଭ୍ୟାସ ମ୍ୟାଚ ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଶ୍ରୀଯୁକ୍ତ ଆର୍ ଭିନିଲ କ୍ରୀଷ୍ଣା, ଇଡକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୁପେନ୍ଦ୍ର ସିଂ ପୁନିଆ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀଯୁକ୍ତ ନୀତି ଶେଖର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଏସପି ଶ୍ରୀଯୁକ୍ତ ମୁକେଶ ଭାମୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।