ରାଉରକେଲା : ସୃଷ୍ଟି କ୍ଲବ ପକ୍ଷରୁ ଆନ୍ତଃଜିଲ୍ଲା ବାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅୟୋଜିତ।। ପ୍ରତିଯୋଗିତାରେ ୨୫ ଟି ଟିମ ଯୋଗ ଦେଲେ।
ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ)
ରାଉରକେଲା ୧୫ ନମ୍ବର ସେକ୍ଟରରେ ସୃଷ୍ଟି କ୍ଲବ ପକ୍ଷରୁ ଆୟୋଜିତ
ବାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ସେମି ଫାଇନାଲ ଖେଳ ହୋଇଯାଇଛି। ଆସନ୍ତା କାଲି ଫାଇନାଲ ଖେଳ ହେବ । ସେମି ଫାଇନାଲ ଖେଳରେ ଅତିଥି ଭାବେ ହାଇ ଟେକ ମେଡିକାଲ କଲେଜ ଏବଂ ହସପିଟାଲ ର ନିର୍ଦ୍ଦେଶକ ଡକ୍ତର ଶ୍ରଦ୍ଧାନନ୍ଦ ମହାପାତ୍ର , ସତ୍ୟା ନ୍ୟୁଜ ର ଚିଫ ଏଡିଟର ସତ୍ୟାନନ୍ଦ ମହାନ୍ତି , କଂଗ୍ରେସ ନେତା ପ୍ରଶାନ୍ତ ସେଠି ପ୍ରମୁଖ ଯୋଗ ଦେଇଥିଲେ। ଏହି ଇଣ୍ଟର ଡିଷ୍ଟ୍ରିକ୍ଟ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୨୫ ଟି ଦଳ ଯୋଗ ଦେଇଛନ୍ତି। ବିଜେତା ଟିମଙ୍କୁ ୧୫ ହଜାର , ଉପ ବିଜେତା ଟିମଙ୍କୁ ୧୦ ହଜାର ଏବଂ ତୃତୀୟ ଟିମଙ୍କୁ ୫ ହଜାର ନଗଦ ରାଶି ପ୍ରଦାନ କରାଯିବ।