ବଣାଇ : ବଣାଇ ଜିଲ୍ଲା ଦାବିକୁ ବିରୋଧ କରୁଥିବା ଜିଲ୍ଲା ପେସା ଗ୍ରାମସଭା କମିଟିକୁ ଚେତାବନୀ।। ଚେତାବନୀ ଦେଲେ ବଣାଇ କ୍ରିୟାନୁଷ୍ଠାନ କମିଟି।

0 283

ବଣାଇ ଏବଂ ରାଉରକେଲା କୁ ଜିଲ୍ଳା ଦାବି ଏବଂ ପରେ ପେସା ଗ୍ରାମସଭା
କୋଅର୍ଡିନେସନ କମିଟି ପକ୍ଷରୁ ଜିଲ୍ଲା ଦାବିକୁ ବିରୋଧ ଏବେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ରାଉରକେଲା ଏବଂ ବଣାଇ ଜିଲ୍ଲା ଦାବି କରି ଆନ୍ଦୋଳନ ହୋଇଥବା ବେଳେ ଶୁକ୍ରବାର ଦିନ ଏହି ଜିଲ୍ଲା ଦାବିକୁ ବିରୋଧ କରିଛନ୍ତି ଜିଲ୍ଲା ପେସା ଗ୍ରାମ ସଭା କମିଟି। ଏ ନେଇ କମିଟି ପକ୍ଷରୁ ଏକ ପ୍ରତିବାଦ ଶୋଭଯାତ୍ରା ମଧ୍ୟ ରାଉରକେଲାରେ କରାଯାଇଥିଲା। ତେବେ ଶନିବାର ଦିନ ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ଦାବିକୁ ବରୋଧ କରୁଥିବା ସଂଗଠନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ସଂଗଠନର କୁଶ ପୁତ୍ତଳିକା ମଧ୍ୟ ବଣେଇରେ ଦାହ କରାଯାଇଥିଲା । ବଣାଇ କୁ ଜିଲ୍ଲା ଦାବି କରି କିଛି ଦିନ ତଳେ ବଣାଇ ବନ୍ଦ ଡାକରା ଦିଆଯାଇଥିଲା। ଆଜିକାର ବିକ୍ଷୋଭରେ ବଣାଇ କ୍ରିୟାନୁଷ୍ଠାନ କମିଟି ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇଥିଲେ।

Leave A Reply

Your email address will not be published.