ରାଉରକେଲା : ‘ ବ୍ୟାଙ୍କରେ ଗ୍ରାହକ ସେବାକୁ ଅଗ୍ରାଧିକାର ଦିଆଯାଉଛି’, କହିଲେ , ଦିଲ୍ଲୀପ ମହାପାତ୍ର , ସଭାପତି , ଅର୍ବନ କୋଅପରେଟିଭ ବ୍ୟାଙ୍କ।
ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ‘ଗ୍ରାହକ ମାନଙ୍କ ସୁବିଧା କୁ ଅଗ୍ରାଧିକାର ଦିଆଯାଉଛି। ଏହା ସହ ବ୍ୟାଙ୍କର ଉନ୍ନତି କରଣ ଲାଗି ବହୁ ପଦକ୍ଷେପ ନିଆଯାଉଛି’। ଏହି କଥା କହିଛନ୍ତି ରାଉରକେଲା ଅର୍ବନ କୋପରେଟିଭ ବ୍ୟାଙ୍କ ର ସଭାପତି ଦିଲ୍ଲୀପ ମହାପାତ୍ର। ବ୍ୟାଙ୍କ ର ବୋର୍ଡ ଅଫ ଡ଼ାଇରେକ୍ଟର ଙ୍କ ସହ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ଦିଲ୍ଲୀପ। ଛୋଟ ଛୋଟ ବ୍ୟବସାୟୀ ମାନେ ବ୍ୟାଙ୍କର ମେରୁଦଣ୍ଡ ହୋଇଥିବାରୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ଛୋଟ ବ୍ୟବସୟୀଙ୍କ ଲାଗି ୫୦ ପ୍ରତିଶତ ଅର୍ଥ ବ୍ୟୟ କରାଯିବ। ଏହାଛଡା ବ୍ୟାଙ୍କର ଋଣ ପଲିସି ପରିବର୍ତ୍ତିନ କରାଯାଇ ସୁଧହାର କମ ରଖା ଯାଇଥିବା କହିଛନ୍ତି ବ୍ୟାଙ୍କ ସଭାପତି।