ରାଉରକେଲା : ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି କେକ୍ ବଜ଼ାରରେ ପ୍ରବଳ ଭିଡ।। ଚାହିଦା ଦୃଷ୍ଟିରୁ ଦୋକାନୀ ମାନେ କେକ୍ ପ୍ରସ୍ତୁତିରେ ବ୍ୟସ୍ତ।
ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ପ୍ରଭୁ ଯୀଶୁଙ୍କ ଜନ୍ମଦିନ ମନାଇବାକୁ ରାଉରକେଲା ସହରର ବିଭିନ୍ନ ଚର୍ଚ୍ଚରେ ଚାଲିଛି ପ୍ରସ୍ତୁତି। ଅନ୍ୟପକ୍ଷରେ ବଡ଼ଦିନ ଏବଂ ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି କେକ ବଜ଼ାରରେ ଲାଗିଛି ଭିଡ଼। ବିଭିନ୍ନ ବେକେରି ଦୋକାନରେ କଳାକାର
ସାନ୍ତା କ୍ଳସ ଙ୍କ ବେଶରେ ଛିଡା ହୋଇ ଲୋକଙ୍କ ସହ ହାତ ମିଳାଉଛନ୍ତି। ଜନ୍ମଦିନରେ କେକ କଟିବାର ପରମ୍ପରା ଥିବାରୁ କେକ୍ କିଣିବାକୁ ଦୋକାନରେ ଲାଗିଛି ପ୍ରବଳ ଭିଡ। ସଜା ହୋଇ ରହିଛି ବିଭିନ୍ନ ପ୍ରକାରର କେକ୍। କେକ୍ ର ଚାହିଦା ଥିବାରୁ ଦୋକାନୀ ମାନେ ନିଜ ଫାକ୍ଟ୍ରି ରେ ଦିନ ରାତି କେକ୍ ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ସାଇଜ ର ରଙ୍ଗ ବେରଙ୍ଗର କେକ୍ ଯୋଗାଇ ଦେଉଛନ୍ତି ଗ୍ରାହକଙ୍କୁ। ଯୀଶୁଙ୍କ ଜନ୍ମଦିନ ଏବଂ ବଡ଼ଦିନ ପାଳନ ଲାଗି ସହର ଉତ୍ସବ ମୁଖର ହୋଇ ଉଠିଛି।