ରାଉରକେଲା : ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି।। କୋଭିଡ କଟକଣା ହଟିବା ପରେ ଦୁଇ ବର୍ଷ ପରେ ଖ୍ରୀଷ୍ଟମାସ ଗେଦେରିଙ୍ଗ।

0 223

ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ଆଉ ମାତ୍ର କିଛି ଘଣ୍ଟା ପରେ ଧରାପୃଷ୍ଟ କୁ ଅବତରଣ କରିବେ ପ୍ରଭୁ ଯୀଶୁ। ଯୀଶୁ ଙ୍କ ଜନ୍ମ ଦିନ ମନାଇବାକୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ୫୦୦ ରୁ ଉର୍ଦ୍ଧ୍ବ ଚର୍ଚ୍ଚରେ ଚାଲିଛି ପ୍ରସ୍ତୁତି। ରାଉରକେଲା ହମିରପୁର ସ୍ଥିତ ରୋମାନ କଥୋଲିକ ଚର୍ଚ୍ଚ ରେ ମଧ୍ୟ ଯୀଶୁଙ୍କ ଜନ୍ମ ଦିନ ପାଳନ ଲାଗି ପ୍ରସ୍ତୁତି ଚାଲିଛି।ପ୍ରଭୁ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ ର ବିଭିନ୍ନ ପେଣ୍ଡାଲ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି ରାତି ୧୦ଟାରୁ ପ୍ରାର୍ଥନା ଆରମ୍ଭ ହୋଇଯିବ।

କୋଭିଡ କଟକଣା ହଟି ଯାଇଥିବାରୁ ଦୁଇ ବର୍ଷ ପରେ ଖ୍ରୀଷ୍ଟମାସ ଗେଦେରିଙ୍ଗ ର ଆୟୋଜନ କରାଯାଇଛି। ସେଥି ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ। ଚର୍ଚ୍ଚର ସାଜ୍ଜସଜ୍ଜା ଚାଲିଛି। ଶ୍ରଦ୍ଧାଳୁ ମାନେ ନିଜ ହାତରେ ଚର୍ଚ୍ଚ କୁ ସୁନ୍ଦର ରୂପ ଦେଉଛନ୍ତି। ରାତିର ପ୍ରାର୍ଥନା ପାଇଁ ସମସ୍ତ ଆୟୋଜନ ସରିଲାଣି।

କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଚର୍ଚ୍ଚ ମାନଙ୍କରେ ଖ୍ରୀଷ୍ଟମାସ ଗେଦେରିଙ୍ଗ ହୋଇ ପାରୁ ନଥିଲା। ତେବେ ଚଳିତ ବର୍ଷ କୋଭିଡ କଟକଣା ହଟି ଯାଇଥିବାରୁ ଚର୍ଚ୍ଚ ମାନଙ୍କରେ ଉତ୍ସାହର ସହ ଯୀଶୁଙ୍କ ଜନ୍ମଦିନ ପାଳନ କରାଯାଉଛି।

Leave A Reply

Your email address will not be published.