ରାଉରକେଲା : ମିଳୁଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ।। ‘ଇଟ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା’ ଉଦଘାଟିତ।

0 285

ରାଉରକେଲା: ୨୪/୧୨(ସତ୍ୟା ନ୍ୟୁଜ) ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ତଥା ସ୍ବାସ୍ଥ୍ୟକର ଓ ସ୍ବଦେଶୀ ଖାଦ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ନେଇ ରାଉରକେଲାରେ ଆରମ୍ଭ ହୋଇଛି ଇଟ‌ ରାଇଟ୍‌ ଷ୍ଟ୍ରିଟ‌ ଫୁଡ୍‌ ମେଳା । ରାଉରକେଲା ମହାନଗର ନିଗମ ତଥା ସ୍ମାର୍ଟସିଟି ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାକୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ ଆୟୁକ୍ତ ତଥା ସ୍ମାର୍ଟସିଟି ସିଇଓ ଡ. ଶୁଭଙ୍କର ମହାପାତ୍ର, ସ୍ମାର୍ଟିସିଟି ସ୍ବତନ୍ତ୍ର ନିର୍ଦ୍ଦେଶକ କଲ୍ୟାଣୀ ମିଶ୍ର, ଅରୁଣ ତିବେରଓ୍ବାଲ ମିଳିତ ଭାବେ ଉଦ‌ଘାଟନ କରିଥିଲେ । ଆଗାମୀ ବିଶ୍ବକପ‌ ପରିପ୍ରେକ୍ଷୀରେ ରାଉରକେଲାରେ ବିକାଶ କାର୍ଯ୍ୟ ସଠିକ୍‌ ଭାବେ ଚାଲିଛି । ସରକାରୀ ଅର୍ଥ ସଠିକ୍‌ ଭାବେ ବିନିଯୋଗ ହେଉଛି । ରାଉରକେଲାବାସୀ ମଧ୍ୟ ବିଶ୍ବକପର ସଫଳ ଆୟୋଜନ ନେଇ ସହଯୋଗ କରିବେ । ଅତିଥିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ହକି ବିଶ୍ବକପ‌କୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ସ୍ବାଗତ କରିବେ ବୋଲି ମଞ୍ଚାସୀନ ଅତିଥିମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ନବ ନିର୍ମିତ ଡିଏଭି ଫୁଡ୍‌ କୋର୍ଟର ମଧ୍ୟ ଅତିଥିଙ୍କ ଦ୍ବାରା ଉଦଘାଟିତ ହୋଇଛି ।
ଆସନ୍ତା ୨୫ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ମୋଟ ୪୦ ଟି ଷ୍ଟଲ୍‌ ରହିଛି । ଓଡ଼ିଶା ମିଲେଟ୍‌ ମିଶନ ଓ ଏସ‌ଏଚ‌ଜି ମହିଳାଙ୍କ ଷ୍ଟଲ୍‌ ମଧ୍ୟ ଏଥିରେ ସାମିଲ ରହିଛି । ବିଭିନ୍ନ ଫୁଡ୍‌ ଷ୍ଟଲ ସହ ଜୁନିୟର ଓ ସିନିୟର ବର୍ଗରେ ନାଚ ଓ ଗୀତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ଉଦ‌ଯାପନୀ ସନ୍ଧ୍ୟାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.