ରାଉରକେଲା : ‘ଇଟ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା’ ଆରମ୍ଭ।। ବିରିୟାନି ଠାରୁ ଆରମ୍ଭ କରି ଗୁପଚୁପ ପର୍ଯ୍ୟନ୍ତ ମିଳୁଛି ମେଳାରେ।

0 472

ବିରିୟାନି ଠାରୁ ଆରମ୍ଭ କରି ଗୁପଚୁପ୍ ପର୍ଯ୍ୟନ୍ତ , ଚା ଠାରୁ ଆରମ୍ଭ କରି ପାନ ପର୍ଯ୍ୟନ୍ତ ସବୁ ମିଳୁଛି ଗୋଟିଏ ସ୍ଥାନରେ। ତା ପୁଣି ଏକ ସ୍ଵାସ୍ଥ୍ୟକର ପରିବେଶରେ। ଏପରି ଏକ ଖାଦ୍ୟ ମେଳା ଦେଖିବାକୁ ମିଳିଛି ରାଉରକେଲା ଡି ଏ ଭି ପୋଖରୀ ପଛ ପଟେ। ରାଉରକେଲା ମହନଗର ନିଗମ ପକ୍ଷରୁ ଆରମ୍ଭ କରାଯାଇଛି ଏହି ଖାଦ୍ୟ ମେଳା। ଶୁକ୍ରବାର ଦିନ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ମେଳା ରବିବାର ପର୍ଯ୍ୟନ୍ତ ଚାଲିବ। ଏହାର ନାଁ ଦିଆଯାଇଛି ‘ଇଟ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା’।
ଏହି ଖାଦ୍ୟ ମେଳାରେ ସମସ୍ତ ପ୍ରକାର ଖାଦ୍ୟର ଗୁଣାତ୍ମକ ମାନ ପ୍ରତି ଧ୍ୟାନ ଦିଆଯାଉଛି। ମାସ୍କ ଏବଂ ଅଫ୍ରୋନ ପିନ୍ଧି ଖାଦ୍ୟ ପରିବେଷଣ କରାଯାଉଛି। ଛେଣ୍ଡ ଲୟନ୍ସ କ୍ଲବ ପକ୍ଷରୁ ସମସ୍ତ ଷ୍ଟଲ ରେ ଅଫ୍ରୋନ ବଣ୍ଟାଯାଉଛି। ବିଭିନ୍ନ ସ୍ୱୟଂ ସେବୀ ସଂସ୍ଥା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ ଲଗାଇଛନ୍ତି।

ଲୋକ ମାନଙ୍କ ମଧ୍ୟରେ ଉତ୍ତମ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ। ଏହି ମେଳାରେ ବଡ଼ ହୋଟେଲ ଠାରୁ ଆରମ୍ଭ କରି ଛୋଟ ଛୋଟ ଭେଣ୍ଡର ମାନେ ଷ୍ଟଲ ଲଗାଇଛନ୍ତି।

Leave A Reply

Your email address will not be published.