ସୁନ୍ଦରଗଡ : ବେଦାନ୍ତ ପରିଚାଳିତ ଜାମକାନି କୋଇଲା ଖଣିରେ ବ୍ୟାପକ ଭଙ୍ଗାରୁଜା।। ଆକ୍ରମଣରେ ୫ ଜଣ କର୍ମଚାରୀ ଆହତ।

0 273

ସୁନ୍ଦରଗଡ : ୨୩/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ସ୍ଥିତ ବେଦାନ୍ତ କମ୍ପାନୀ ପରିଚାଳିତ ଜାମକାନି କୋଇଲା ଖଣିରେ ଉତ୍ତେଜନା ଦେଖା ଦେଇଛି। ଗୋଟିଏ ପଟେ ସ୍ଥାନୀୟ ବିସ୍ଥାପିତ ମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିବା ବେଳେ ଆଜି ଖଣି ଅଞ୍ଚଳରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏକର ପ୍ରତି ୫୦ ଲକ୍ଷ କ୍ଷତିପୂରଣ , ଥଇଥାନ ଏବଂ ପୁନର୍ବାସ ସହ ନିଯୁକ୍ତି ଦାବିରେ ବିସ୍ଥାପିତ ମାନେ ୪୮ ଦିନ ହେଲା ଧାରଣାରେ ବସିଛନ୍ତି। ତେବେ ଶୁକ୍ରବାର ଦିନ କେତେକ ଲୋକଙ୍କ ଆକ୍ରମଣରେ କମ୍ପାନୀର ୫ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଗାଡି କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଭଙ୍ଗାରୁଜା ସହ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି

Leave A Reply

Your email address will not be published.