ବଣାଇ : ହାତୀ ଗୋଡଉଛି ମଣିଷକୁ ଆଉ ମଣିଷ ଘଉଡାଉଛନ୍ତି ହାତୀକୁ। ଦୁଇ ଦନ୍ତା ହାତୀ ଉପଦ୍ରବରେ ବାଙ୍କୀ ରେଞ୍ଜ ର ଗ୍ରାମବାସୀ ମାନେ ନୟାନ୍ତ।।

0 242

ଏ ଦୃଶ୍ୟ ହେଉଛି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଞ୍ଚଳର। ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ମାନେ ନୟାନ୍ତ। କେତେବେଳେ ଲୋକେ ହାତୀକୁ ଘଉଡାଉଛନ୍ତି ତ ଆଉ କେତେ ବେଳେ ହାତୀ ଲୋକଙ୍କୁ ଗୋଡଉଛି। ଏହି ଦନ୍ତା ହାତୀ ଦୁଇଟି ଏବେ ବାଙ୍କୀ ରେଞ୍ଜର ଶରଧା ପୁର, ବିସିପାଲି ଅଞ୍ଚଳରେ ଅଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ହାତୀ ପାଖ ଜଙ୍ଗଲ ରୁ ବାହାରି ଗାଁ ମୁହାଁ ହୋଇ ଜମିରେ ଧାନ ନଷ୍ଟ କରୁଛି। ଏହା ସହ ଖଳା କୁ ଆସି ଧାନ ଖାଇ ଯାଉଛି। ଲୋକମାନେ ବାଣ ଫୁଟାଇ,ବାଜା ବଜାଇ ଆଉ ନିଆଁ ହୁଳା ଦେଖାଇ ଖଳା ଧାନ କୁ ବଞ୍ଚାଇ ବାକୁ ଚେଷ୍ଟ କରୁଛନ୍ତି। ବନବିଭାଗ ଏବଂ ଗ୍ରାମବାସୀ ହାତୀକୁ ଘଉଡ଼ାଇ ଥିବା ବେଳେ ହାତୀ ଟି ଆକ୍ରମଣ କରିବାକୁ ଦୌଡାଉଛି। ଏହି ହାତୀ ଦୁଇଟି ଦୀର୍ଘ ଏକ ମାସ ହେବ ଉପଦ୍ରବ ଚଳାଇ ଚାଷୀ ମାନଙ୍କର ପରିବା ଠାରୁ ଧାନ ପର୍ଯ୍ୟନ୍ତ ଖାଇ ନଷ୍ଟ କରୁଛନ୍ତି। ଦନ୍ତା ଦୁଇଟିକୁ ଘଉଡାଇବାକୁ ବନ ବିଭାଗ କୌଣସି ସଠିକ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.