ରାଉରକେଲା : ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପାଳନ କଲା ସମ୍ବଲପୁରୀ ଦିନ୍।। ସିଭିକ୍ ସେଣ୍ଟର୍ ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ
ଲୋକ୍ ଭିନ୍ ଭିନ୍
ମନାଲେ ସମ୍ବଲପୁରୀ ଦିନ୍
ରାଉରକେଲା:୧/୮ (ସତ୍ୟାନ୍ୟୁଜ) -ପଶ୍ଚିମ ଓଡିଶା ସଂସ୍କୃତିକ ପରିଷଦ ରାଉରକେଲା ସ୍ଥାନୀୟ ସିଭିକ ସିଭିକ ସେଣ୍ଟର ପ୍ରେକ୍ଷାଳୟରେ ସମ୍ବଲପୁରୀ ଦିନ ପାଳନ କରିଛି।ପ୍ରଥମେ ମା ସମଲେଶ୍ବରୀଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରାଯିବା ସହିତ ଯାହାଙ୍କ ଜନ୍ମଦିନ କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଏ ସେହି ସମ୍ବଲପୁରୀ କବି ତଥା ଭାଷାବିଦ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଅନୁଷ୍ଠାନର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ରଖିଥିଲେ।ବକ୍ତବ୍ୟରେ ସମ୍ବଲପୁରୀ ଦିନର ଆଭିମୁଖ୍ୟ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଓ ସୃଜନ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ ।
ମୁଖ୍ୟ ଅତିଥି ଭାବରେ ନବନିର୍ବାଚିତ ରଘୁନାଥପାଲି ବିଧାୟକ,ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ସମ୍ବଲପୁରୀ ସଂସ୍କୃତିକୁ ସୁଦୁର ପ୍ରସାରି ତଥା ଅନ୍ୟ ସଂସ୍କୃତି ସହ ସଂସ୍କୃତିକ ସମନ୍ୱୟ ପାଇଁ ଅନୁଷ୍ଠାନ କରୁଥିବା ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ।
ମୁଖ୍ୟବକ୍ତା ରଜନୀ କୁଜୁର,ଓଡ଼ିଆ ଅଧ୍ୟାପିକା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ନିଜ ବକ୍ତବ୍ୟରେ କହିଥିଲେ ସାମ୍ପ୍ରତିକ ସମୟର ଭିନ୍ନ ସଂସ୍କୃତିର ମୁକ୍ତ ପ୍ରବାହରେ ନିଜର ମୌଳିକ ସଂସ୍କୃତି କୁ ଉଜ୍ଜୀବିତ କରି ରଖିବାକୁ ହେଲେ ସମ୍ବଲପୁରୀ ଦିନ୍ ପାଳନ ଯଥେଷ୍ଟ ଗୁରୁତ୍ୱ ବହନ କରେ।
ସମ୍ବଲପୁରୀ ଦିନର ମୂଳ ଲକ୍ଷ୍ୟ ପ୍ରବହମାନ ଆଧୁନିକ ସଂସ୍କୃତି ମଧ୍ୟରେ ସମ୍ବଲପୁରୀ ସଂସ୍କୃତିର ମୌଳିକତା ରକ୍ଷା କରିବା ତଥା ଅନ୍ୟ ସଂସ୍କୃତି ସହିତ ସମତାଳରେ ସହାବସ୍ଥାନ କରି ସମ୍ବଲପୁରି ସଂସ୍କୃତି ର ଅସ୍ତିତ୍ବ ରକ୍ଷା କରିବା। ଏହି ଆଧାରରେ ପଶ୍ଚିମ ଓଡିଶା ସାଂସ୍କୃତିକ୍ ପରିଷଦ୍ , ରାଉରକେଲା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲା। ପରିଷଦର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କଲା ପରେ ଲାଠିକଟା ରୁ ଆସିଥିବା ରାଧାକୃଷ୍ଣ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିବା ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେବ ସହ ଦର୍ଶକଙ୍କ ମନରେ ବେଶ ଆବେଗ ଭରି ଦେଇଥିଲା । ଅନୁରୂପ ଭାବରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସେକ୍ଟର 6 ର ଛାତ୍ରଛାତ୍ରୀ ପରିବେଷଣ କରିଥିବା ଚୁଟକୁଚୁଟା ନୃତ୍ୟରେ ପ୍ରେକ୍ଷାଳୟ ଦୁଲୁକି ଉଠିଥିଲା । ଘୁଙ୍ଗୁରୁ ଡାନ୍ସ ଏକାଡେମୀ କୁଆରମୁଣ୍ଡା ଓ ସାଧନା ଡ୍ୟାନ୍ସ ଗ୍ରୁପ ବିବିଧ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ଦର୍ଶକଙ୍କୁ ଖୁବ ଆମୋଦ ପ୍ରଦାନ କରିଥିଲା । ପରିଷଦର ନିଜସ୍ୱ କଳାକାର ସତ୍ୟବ୍ରତ ନାଏକ,ଲୀନା ନାଏକ ଓ ରବିଚନ୍ଦ୍ର ପୁରୋହିତ ପରିବେଷଣ କରିଥିବା ଗୀତରେ ଖବ ବିମୋହିତ ହୋଇଥିଲେ ଏବଂ ଶେଷ ପର୍ଯ୍ୟାୟରେ ସମସ୍ତେ ଦଳଗତ ଭାବରେ ନୃତ୍ୟ କରିବା ଆରମ୍ଭ କରିଦେଥିଲେ। ସମ୍ବଲପୁରୀ ବସ୍ତ୍ର ପରିପାଟିରେ ପ୍ରେକ୍ଷାଳୟ ପୁର୍ଣ୍ଣ ଦର୍ଶକ ଖୁବ ମନୋରମ ଦେଖାଯାଉଥିଲେ। ଡ଼ ସୁବୋଧ ମେହେର,ଶୁଭେନ୍ଦୁ ପଣ୍ଡା,ମଦନ ବେହେରା ଅଶୋକ ଭଇଁଶା, ଏରିଅର ଜାଲ,ହେମନ୍ତ ଭୋଇ, କେଶବ ସେଠ , ଗୌରୀ ପ୍ରଧାନ,ନରେନ୍ଦ୍ର ମିଶ୍ର ,ଶୁଭ୍ରାଂଶୁ ବଡ଼ପଣ୍ଡା,ପଦ୍ମଲୋଚନ ବାଗ, ନିବାସ ଦାଶ, ଉମେଶ ବେହେରା ,ମଦନ ବେହେରା , ଅଙ୍ଗରୋଜ ଛନ୍ଦ,ଶ୍ରୀପତି ତ୍ରିପାଠୀ,କୁନାଲ ମେହେର,ପ୍ରଶାନ୍ତ ପ୍ରଧାନ,କୁଳମଣି ନାୟକ, ସଂଯୁକ୍ତା ପଲେଇ,ସୁଶ୍ରୀତା ମିଶ୍ର,ଇପ୍ସିତା ପଣ୍ଡା, ସହଯୋଗ କରିଥିଲେ। ଭଗବାନ ପତି, ଡ଼ ବିଜୟ ସାହୁ,କୁଞ୍ଜ ବିହାରୀ ସାହୁ , ଅଜୟ ମିଶ୍ର, ନରେନ୍ଦ୍ର ତ୍ରିପାଠୀ, ପୀତବାସ ପ୍ରଧାନ ,ଗଜେନ୍ଦ୍ର ମେହେର, ଭଳି ଅନୁଷ୍ଠାନ ର ଉପଦେଷ୍ଟା ଓ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ଧନ୍ୟବାଦ ଦେଇଥିଲା ବେଳେ ପ୍ରବୀର ମିଶ୍ର ଓ ବନ୍ଦନା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।