ରାଉରକେଲା : ବଣାଇ ଏବଂ ରାଉରକେଲାକୁ ସ୍ଵତନ୍ତ୍ର ଜିଲ୍ଲା ଦାବିକୁ ବିରୋଧ।। ବିରୋଧ କଲେ ଜିଲ୍ଲା ପେଶା ଗ୍ରାମସଭା କୋଅର୍ଡିନେସନ କମିଟି।
ରାଉରକେଲା : ୨୩/୧୨(ସତ୍ୟା ନ୍ୟୁଜ) ରାଉରକେଲା ଏବଂ ବଣାଇ କୁ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ପେଶା ଗ୍ରାମ ସଭା କାଅର୍ଡିନେସନ କମିଟି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କମିଟି ପକ୍ଷରୁ ଏକ ବିଶାଳ ଶୋଭଯାତ୍ରା ରାଉରକେଲାରେ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଏକ ଶିଡ୍ୟୁଲ ଅଞ୍ଚଳ ହୋଇଥିବାରୁ ଏହାକୁ ଭାଗଭାଗ କରି ଜିଲ୍ଲା କରିବା ବେଆଇନ ବୋଲି ଦର୍ଶାଇଛନ୍ତି ପେଶା କମିଟି କର୍ମକର୍ତ୍ତା ମାନେ। ସୁନ୍ଦରଗଡ଼ ଜିଲ୍ଲାକୁ ଭାଗଭାଗ କରି ଜିଲ୍ଲା କରିବା ଦାବିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି। ଏହି ସ୍ମାରକପତ୍ର
ପାନପୋଷ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ସୂଚନଯୋଗ୍ୟଯେ କିଛିଦିନ ପୂର୍ବରୁ ରାଉରକେଲା କୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ଓକିଲ ସଙ୍ଘ ପକ୍ଷରୁ ଦାବି କରି ଧାରଣା ଦିଆଯାଇଥିଲା। ଏହି ଦାବିକୁ ବିଭିନ୍ନ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ସମର୍ଥନ ମଧ୍ୟ ଦେଇଛନ୍ତି। ସେହିପରି ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ କିଛିଦିନ ପୂର୍ବରୁ ବଣାଇ ବନ୍ଦ ଡାକରା ଦିଆଯାଇଥିଲା। ଏବେ ସ୍ୱତନ୍ତ୍ର ଜିଲ୍ଲା ଦାବିକୁ ସପକ୍ଷବାଦୀ ମାନେ ସମର୍ଥନ ଦେଉଥିବା ବେଳେ ପେଶା ଗ୍ରାମସଭା କମିଟି ପକ୍ଷରୁ ଏହାକୁ ବିରୋଧ କରାଯିବା ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଛି।