ରାଉରକେଲା : ହକି ବିଶ୍ୱକପ ପୂବରୁ ଆଜି ସେଲ ଏବଂ ଇଣ୍ଡିଆ ଟିମ ମଧ୍ୟରେ ହେଉଛି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ।। ବିନା ଦର୍ଶକ ରେ ହେଉଛି ମ୍ୟାଚ।
ଆସନ୍ତାକାଲି ଶୁକ୍ରବାର ଠାରୁ ଭାରତ ଏବଂ କୋରିଆ କନିଷ୍ଠ ଦଳ ମଧ୍ୟରେ ଅଭ୍ୟାସ ମ୍ୟାଚ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭାରତ ଏବଂ ସେଲ ମଧ୍ୟରେ ଏକ ବନ୍ଧୁତା ପୂର୍ଣ ହକି ମ୍ୟାଚ ହେବ। ଏହି ଖେଳ ସନ୍ଧ୍ୟା ୭ ଟା ବେଳେ ନବ ନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ହେଉଛି। ତବେ ଆଜି ଏବଂ ଅଭ୍ୟାସ ମ୍ୟାଚ ବେଳେ କୌଣସି ଦର୍ଶକ କିମ୍ବା ମିଡିଆ କର୍ମୀମାନେ ପଡ଼ିଆରେ ରହିବେ ନାହିଁ। ସମ୍ଭବତଃ ନୂଆକରି ଉପୁଜି ଥିବା କୋଭିଡ ସ୍ଥିତିକୁ ନେଇ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ସମସ୍ତ ଖେଳାଳୀଙ୍କ କୋଭିଡ ଟେଷ୍ଟ କରାଯାଉଛି। ଗତକାଲି ସନ୍ଧ୍ୟାରେ କୋରିଆ ଏବଂ ଭାରତୀୟ କନିଷ୍ଠ ହକି ଦଳ ରାଉରକେଲାରେ ପହଞ୍ଚି ହୋଟେଲ ଦୀପ୍ତି ରେ ଅବସ୍ଥାନ କରୁଛନ୍ତି। ସେଠାକୁ ମଧ୍ୟ ଯିବା ଆସିବା ଉପରେ କଟକଣା ଲଗାଯାଇଛି। ୨୩ , ୨୪ ଏବଂ ୨୭ ତାରିଖ ରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ ବିନା ଦର୍ଶକ ରେ ହେବ ବୋଲି ଜଣା ପଡ଼ିଛି।
ଅନ୍ୟପକ୍ଷରେ ହକି ବିଶ୍ୱକପ ଲାଗି ଟିକେଟ କିଣିବାକୁ ପ୍ରଥମ ଦିନରେ ଯେପରି ଭିଡ଼ ଲାଗି ରହିଥିଲା ତାହା ଆଜି ନାହିଁ। ହକି ଷ୍ଟାଡିଅମର ଦୁଇଟି ଗେଟ ରେ ଥିବା ଟିକେଟ ବକ୍ସ ଅଫିସ ନିକଟରେ ଅତି କମ ସଂଖ୍ୟକ କ୍ରୀଡା ପ୍ରେମୀ ଟିକେଟ ନେବା ଲାଗି ଧାଡିରେ ଥିବା ଦେଖିବାକୁ ମିଳିଛି।