ନୂଆଦିଲ୍ଲୀ : ଉଚ୍ଚସ୍ତରୀୟ ବୈଠକରେ
କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ।। ଦେଶବାସୀଙ୍କୁ ମାସ୍କ ପରିଧାନ କରିବାକୁ ନିବେଦନ କଲେ ମୋଦି।
ରାଉରକେଲା: ୨୨/୧୨(ସତ୍ୟା ନ୍ୟୁଜ) ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏଥି ଲାଗି ଚିନ୍ତା ବ୍ୟକ୍ତ କରାଗଲାଣି।। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।
ସ୍ଥିତିକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ସମୀକ୍ଷା ପରେ ମୋଦି ମାସ୍କ ପିନ୍ଧିବାକୁ ଦେଶ ବାସୀଙ୍କୁ ନିବେଦନ କରିଛନ୍ତି। ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇନାହିଁ। କିନ୍ତୁ ନିଜର ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହାସହ ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆ ଯାଇଛି। ଏହା ଛଡା ମୋଦି ରାଜ୍ୟ ସରକାର ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି। କରୋନାର ନୂଆ ଭାରିଏଣ୍ଟକୁ ଯଥାଶୀଘ୍ର ଚିହ୍ନଟ କରିବା ପାଇଁ ଅଧିକରୁ ଅଧିକ ନମୁନାର ଜେନୋମ ସିକ୍ୱେନ୍ସିଂ ପାଇଁ ପରାମର୍ଶ ଦେଇଛନ୍ତି ମୋଦି।