ରାଉରକେଲା : ଖଣି ଅଞ୍ଚଳ ଟ୍ରକ , ଟିପ୍ପର ସଂଘର ନିର୍ବାଚନ ସମ୍ପନ୍ନ।। ଦିଲ୍ଲୀପ ମହାନ୍ତି ସଭାପତି , ଶିବ ବିଶୋଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ।

0 289

ରାଉରକେଲା ଖଣି ଅଞ୍ଚଳ ଟ୍ରକ ଏବଂ ଟିପ୍ପର ମାଲିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦିଲ୍ଲୀପ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପାନେଲ ବାଜିମାତ୍ କରିଛି। ଦିଲୀପଙ୍କୁ ୧୯୯ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ସଞ୍ଜୀବ କୁମାର ଦାଶଙ୍କୁ ୧୩୬ ଖଣ୍ଡ ଭୋଟ ମିଳିଛି। ଦିଲ୍ଲୀପ ଦୂତୀୟ ଥର ଲାଗି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଶିବ ବିଶୋଇ ନିର୍ବାଚିତ ହୋଇଛନ୍ତି। ଦିଲୀପଙ୍କ ଟିମ ବିଜୟ ଲାଭ ପରେ ମିଠା ବାଣ୍ଟି , ଅବିର ଖେଳି ଖୁସି ମନାଇଥିଲେ। ଆଗାମୀ ଦିନରେ ଟ୍ରକ ଏବଂ ଟିପ୍ପର ମାଲିକଙ୍କ ସମସ୍ୟାକୁ ନେଇ ଲଢେଇ ଜାରି ରହିବ ବୋଲି ନବ ନିର୍ବାଚିତ ସଭାପତି ଦିଲ୍ଲୀପ କହିଛନ୍ତି।

Leave A Reply

Your email address will not be published.