କଟକ : ନକଲି ଔଷଧ ପରେ ରାଜ୍ୟରେ ନକଲି ଡାକ୍ତର ଚିନ୍ତାଜନକ।। ଅର୍ଦ୍ଧେକ ଡାକ୍ତର ଙ୍କ ଡାକ୍ତରୀ ସେବା ପାଇଁ ଉପଯୁକ୍ତ ଯୋଗ୍ୟତା ନାହିଁ।

0 221

କଟକ : ୨୨/୧୨(ସତ୍ୟା ନ୍ୟୁଜ) ରାଜ୍ୟରେ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଆସିଛି ଏହି ସାଂଘାତିକ ତଥ୍ୟ।
ବୁଧବାର ନକଲି ଡାକ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଏହା ଜାଣିବା ପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌ ମୁରଲୀଧର ଓ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ଖଣ୍ଡପୀଠ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କେଉଁ ଆଧାରରେ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରାଯିବ, କେବେ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଡାକ୍ତରଙ୍କ ପାଇଁ କ’ଣ ଦଣ୍ଡବିଧାନ କରାଯାଇପାରିବ, ସେନେଇ ଜଣାଇବାକୁ ହାଇକୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗତକାଲି ମାମଲାର ଶୁଣାଣି ବେଳେ ସ୍ୱାସ୍ଥ୍ୟ ବିଭାଗ ୨୦୨୨ ଅକ୍ଟୋବର ୧୮ ତାରିଖରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ଜଣେ ବ୍ୟକ୍ତିଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ତାଙ୍କୁ ଡାକ୍ତର ଭାବେ ନିଯୁକ୍ତି ଦିଆଯାଇଥିଲା। ସେହିଭଳି କେତେକ ଡାକ୍ତରଙ୍କର ବିଶେଷଜ୍ଞ ଭାବେ କାର୍ଯ୍ୟ କରିବାକୁ ଆବଶ୍ୟକ ଡିଗ୍ରୀ ନଥିବା ବେଳେ ସେମାନେ ନିଜକୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଦର୍ଶାଇ ରୋଗୀଙ୍କୁ ଚିକିତ୍ସା କରୁଥିବା ଗତକାଲି ଶୁଣାଣି ବେଳେ ଦର୍ଶାଯାଇଥିଲା।

Leave A Reply

Your email address will not be published.