ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର “ଡ୍ରିଙ୍କ ଫ୍ରମ ଟ୍ୟାପ” ପ୍ରକଳ୍ପ ର ଶୁଭାରମ୍ଭ।।
ଜଗଦା ଠାରେ ପ୍ରକଳ୍ପର ଶୁଭାରମ୍ଭ।। ଲୋକ ୨୪ ଘଣ୍ଟା ପାଣି ପାଇବେ।
ରାଉରକେଲା : ୨୨/୧୨(ସତ୍ୟା ନ୍ୟୁଜ) ଶ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକସେବା ଭବନର କନ୍ଭେନସନ ହଲରୁ ଭାର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି।
ଏହିକ୍ରମରେ ରାଉରକେଲା ର ଜଗଦାଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଉରକେଲାର ଓ ରାଜଗାଙ୍ଗପୁର ସହରାଞ୍ଚଳ ର ୪ ଟି ଓ୍ବାର୍ଡ ଏବଂ ସୁନ୍ଦରଗଡ଼ ଓ ବୀରମିତ୍ରପୁରର ଗୋଟିଏ ଲେଖାଏଁ ଓ୍ବାର୍ଡ ରେ ଆଜି ଠାରୁ ୨୪ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି। ଏହା ଦ୍ବାରା ସୁନ୍ଦର ଗଡ ର ଚାରୋଟି ସହରର ୩୫ ହଜାର ଲୋକ ଉପକ୍ରୁତ ହୋଇପାରିବେ।
ମାନ୍ୟବର ବିଧାୟକ ଶ୍ରୀ ସାରଦା ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କହିଥିଲେ ଯେ ୨୪ ଘଣ୍ଟା ବିଜୁଳି ପରି ୨୪ ଘଣ୍ଟା ସ୍ବଛ ପାନୀୟ ଜଳ ସହର ବାସୀ ଙ୍କୁ ଯୋଗାଇ ଦେବା ଏକ ଭଲ ପଦକ୍ଷେପ। କିନ୍ତୁ ସୁବିଧା ପ୍ରାପ୍ତ କରିବା ସହିତ ସହର ବାସୀ ଙ୍କୁ ଜଳର ଅପଚୟ ନ କରିବା ପାଇଁ ଆହ୍ବାନ କରିଥିଲେ।
ଜଗଦା ନିବାସୀ ଶ୍ରୀମତୀ ସିପ୍ରା ସାହୁ ମୁଖ୍ଯ ମନ୍ତ୍ରୀ ଙ୍କୁ ନିଜର ଅନୁଭୁତି ବ୍ୟକ୍ତ କରି କହିଥିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଥିଲେ।
ରାଉର କେଲା ବ୍ୟତୀତ ସୁନ୍ଦରଗଡ଼, ବୀରମିତ୍ରପୁର ଏବଂ ରାଜଗାଂଗପୁର ବାସୀ ମଧ୍ୟ ଏହି କାର୍ଯ୍ୟକ୍ରମର ଭର୍ଚୁଆଲ ମାଧ୍ୟମରେ ଦେଖିବାର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବୀରମିତ୍ରପରୁ ର ମାନ୍ୟବର ବିଧାୟକ ଶ୍ରୀ ଶଂକର ଓରାମ,ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗଭାଲି , ଅତିରିକ୍ତ ଜିଲ୍ଲା ପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡା. ଶୁଭଙ୍କର ମହାପାତ୍ର , WATCO ର ଜେନେରାଲ ମ୍ୟାନେଜର ଶ୍ରୀ ଆଦିଲ ମୋହମ୍ମଦ ସମେତ ତିନୋଟି ମ୍ୟୁନିସିପାଲିଟି ର ଅଧ୍ଯକ୍ଷ, ଉପାଧ୍ୟକ୍ଷ, କାଉନସିଲର ତଥା ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।