ରାଉରକେଲା : ବଣେଇ ଟାଉନ ରେ ପଶିଲେ ହାତୀ।। କଲେଜ ହଷ୍ଟେଲ କାନ୍ଥ ଭାଙ୍ଗିଲେ।। ଧାନ ଫସଲ ନଷ୍ଟ କଲେ। ଲୋକେ ଆତଙ୍କିତ।

0 279

ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ଆଗେ ଆଗେ ଚାଲିଛି ହାତୀ। ପଛରେ ହାତୀକୁ ଗୋଡାଉଛନ୍ତି ଶହଶହ ଲୋକ। ଏପରି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟାଉନ ରେ। ସମୟ , ମଙ୍ଗଳବାର ଅପରାହ୍ନ ୪ଟା। ହଠାତ ବଣାଇ ସହର ମଧ୍ୟକୁ ପଶି ଆସିଲେ ଦୁଇଟି ହାତୀ। ବ୍ଲକ ଅଫିସ ଛକ ଦେଇ ହାତୀ ବୁଲି ବୁଲି ଶେଷରେ ଏବେ ବନ ବିଭାଗ ନର୍ସରୀ ଭିତରେ ରହିଛନ୍ତି। ହାତୀ କୁ ଟାଉନ ରେ ଦିନ ସମୟରେ ଦେଖି ଲୋକମାନେ ଅରଙ୍କିତ ହୋଇ ପଡ଼ିଥିଲେ। ଗତ କାଲି ରାତିରେ ବଣାଇ କଲେଜ ରେ ପଶି ହାତୀ ହଷ୍ଟେଲ ପାଚେରୀ ଭୀଙ୍ଗି ଦେଇଥିଲେ। ପରେ ଗେଟ ନିକଟରେ ଥିବା ପାଚେରୀ ମଧ୍ୟ ଭାଙ୍ଗିଦେଇ ଥଲେ ।ହଷ୍ଟେଲ ରେ ଥିବା ପିଲାମାନେ ଭୟରେ ଛାତ ଉପରକୁ ପଳାଇ ଥିଲେ।
ଅନ୍ୟ ପଟେ ଏବେ ଧାନ କାଟିବା ସମୟ ହୋଇଥିବାରୁ ହାତୀ କ୍ଷେତରେ ପଶି ଧାନ ଖାଇବା ସହ ଏକର ଏକର ଫସଲ କୁ ନଷ୍ଟ କରି ଦେଉଛନ୍ତି। ଏବେ ବନ ବିଭାଗ ହାତୀକୁ ଅନ୍ୟତ୍ର ଘଉଡ଼ାଇ ଦେବାକୁ ସଧାରଣରେ ଦାବି ହେଉଛି।

Leave A Reply

Your email address will not be published.