ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଦେବା ଯୋଜନାରେ ଅବହେଳା ଅଭିଯୋଗ।। ଅଧିକାରୀଙ୍କୁ ବଦଳି ଧମକ ଦେଲେ ମନ୍ତ୍ରୀ।
ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବିଡିଓ ଓ PEOଙ୍କୁ କଡ଼ା ତାଗିଦ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଢେଙ୍କାନାଳ, ୨ ଅଗଷ୍ଟ:
(ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବା ଅଭିଯୋଗକୁ ନେଇ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଇମାଟି ପଞ୍ଚାୟତର ଗହମଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଅଭିଯୋଗର ସମୀକ୍ଷା ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗ୍ରାମ ପରିଦର୍ଶନରେ ଯାଇ ଥିଲେ।
ପରିଦର୍ଶନ ସମୟରେ ମନ୍ତ୍ରୀ କେତେକ ଯୋଗ୍ୟ ପରିବାର ଆବାସ ଯୋଜନାରୁ ବଞ୍ଚିତ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଢେଙ୍କାନାଳ ସଦର ବ୍ଲକର ବିଡିଓ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)ଙ୍କୁ କଡ଼ା ଭାଷାରେ ପ୍ରଶ୍ନ କରିଥିଲେ ଯେ, ଯୋଗ୍ୟ ହିତାଧିକାରୀମାନେ କାହିଁକି ତାଲିକାରୁ ବାଦ୍ ପଡ଼ିଲେ। ଏପରିକି ଅଧିକାରୀ ଙ୍କୁ ବଦଳି ର ଧମକ ଦେଇଥିଲେ।
ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାରେ କୌଣସି ସୀମାବଦ୍ଧତା ନାହିଁ। ଯେଉଁମାନେ ପ୍ରକୃତରେ ଯୋଗ୍ୟ, ସେମାନେ ଯୋଜନାର ସୁବିଧା ପାଇବା ଉଚିତ। ସେ ଅଧିକାରୀମାନଙ୍କୁ ସ୍ୱଚ୍ଛତାର ସହ କାମ କରିବାକୁ ପରାମର୍ଶ ଦେବା ସହ ଦାୟିତ୍ୱରେ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରିଥିଲେ।
ମନ୍ତ୍ରୀଙ୍କ ଏହି ଗସ୍ତ ଓ ଅଧିକାରୀଙ୍କୁ ତାଗିଦ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।