ରାଉରକେଲା : ରାଉରକେଲା ସୁପର ସ୍ପେସିଆଲଟି ହସପିଟାଲ ପରିଚାଳନା ଦାୟିତ୍ବ ନେଲେ ଆପଲୋ ହସପିଟାଲ କର୍ତ୍ତୃପକ୍ଷ।। ଆର ଆଇ ଟି ଏବଂ
ଆପୋଲୋ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ
ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ରାଉରକେଲା ସୁପର ସ୍ପେସିଆଲଟି ହସପିଟାଲ ଏବଂ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ର ପରିଚାଳନା କରିବେ ଅପୋଲୋ ହସପିଟାଲ
ଏଣ୍ଟରପ୍ରାଇଜ ଲିମିଟେଡ଼। ଏହାର ପରିଚାଳନା ଲାଗି ଆଜି ଡିସେମ୍ବର ୨୦ ତାରିଖରେ ରାଉରକେଲା ଇସ୍ପାତ ଟ୍ରଷ୍ଟ ଏବଂ ଆପଲୋ ହସପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। ରାଉରକେଲା ଇସ୍ପାତ ଟ୍ରଷ୍ଟ ପକ୍ଷରୁ ଆର ଏସ ପି ଭାରପ୍ରାପ୍ତ ପରିଚାଳନାନିର୍ଦ୍ଦେଶକ ଅତନୁ ଭୌମିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଆପଲୋ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଏହି ଚୁକ୍ତିନାମା ହୋଇଛି। ଚୁକ୍ତିନାମା ଅନୁଯାୟୀ ଫେବୃଆରୀ ୧ ତାରିଖରେ ଆପଲୋ ହସପିଟାଲ କର୍ତ୍ତୃପକ୍ଷଙ୍କୁ ସୁପର ସ୍ପେସିଆଲଟି ହସପିଟାଲ ହସ୍ତାନ୍ତର କରାଯିବ। ମାର୍ଚ୍ଚ ୧ ତାରିଖ ୨୦୨୩ ରେ ଏହା କାର୍ଯ୍ୟକ୍ଷମ ହେବ।
ସୂଚନା ଯୋଗ୍ୟଯେ , ୨୦୨୧ ମାର୍ଚ୍ଚ ୨୧ ତାରିଖରେ ଏହି ହସପିଟାଲ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଦ୍ୱାର ଲୋକାର୍ପିତ ହୋଇଥିଲା। ଏହି ୩୦୦ ଶଯ୍ୟା ବିଶିଷ୍ଟ ହସପିଟାଲର ପରିଚାଳନା ଦାଇତ୍ୱ ଇସ୍ପାତ ଟ୍ରଷ୍ଟ ବୋର୍ଡ ନେଇଥିଲା। ଏବେ ଏହି ହସପିଟାଲ ର ପରିଚାଳନା ଦାୟିତ୍ୱ ଆପଲୋ ହସପିଟାଲ ନେବା ପରେ ରାଉରକେଲା ସମେତ ଜିଲ୍ଲା ବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ନେଇ ଆଶା ପ୍ରକାଶ ପାଇଛି।