ରାଉରକେଲା : ସୁନ୍ଦରଗଡ଼ ତଲସରା ଥାନାର କନାକୁଣ୍ଡ ରେ ପାଣିରେ ବୁଡି ନିଖୋଜ ଯୁବକଙ୍କ ମୃତ ଶରୀର ଉଦ୍ଧାର।। ୪୪ ଘଣ୍ଟା ପରେ ଉଦ୍ଧାର କଲେ ଓଡ୍ରାଫ ଏବଂ ଫାୟାର ଟିମ।

0 367

ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ରବିବାର ଦିନ ଇବ୍ ନଦୀ ପାଣିରେ ବୁଡି ନିଖୋଜ ରାଉରକେଲାର ସୋମେଶ ମଲିକ ଙ୍କ ମୃତ ଶରୀର ଆଜି ଉଦ୍ଧାର କରାଯାଇଛି। ୪୪ ଘଣ୍ଟା ପରେ ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସୋମେଶ ର ମୃତ ଶରୀର ଉଦ୍ଧାର କରିଛନ୍ତି। ରବିବାର ଦିନ ସୋମେଶ ତାର ୩ ଜଣ ସାଙ୍ଗଙ୍କ ସହ କାର ରେ କାନାକୁଣ୍ଡ ବୁଲିବାକୁ ଯାଇଥିଲା। ସେଠାରେ ସେଲ୍ଫି ନେବାବେଳେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ। ସୋମେଶ ୧୫ ନମ୍ବର ସେକ୍ଟର ଅଞ୍ଚଳରେ ରହୁଥିଲେ।
କାନାକୁଣ୍ଡ ନିକଟରେ ପଥୁରିଆ ସ୍ଥାନ ଥିବାରୁ ସେଠାରେ ଇବ୍ ନଦୀର ସ୍ରୋତ ଅତି ପ୍ରଖର । ରବିବାର ଦିନ ସ୍ଥାନୀୟ ଲୋକ ଏବଂ ବାଲିଶଙ୍କରା ର ଫାୟାର ଟିମ ବହୁ ଖୋଜାଖୋଜି କଲା ପରେ ମଧ୍ୟ ସୋମେଶଙ୍କୁ ପାଇ ନଥିଲେ। ସୋମବାର ଦିନ ମଧ୍ୟ ସୋମେଶ ମିଳି ନଥିଲେ। ଆଜି ଝାରସୁଗୁଡାରୁ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ ଆସି ସାମିଲ ହୋଇଥିଲେ। ଶେଷରେ ମଙ୍ଗଳବାର ପୂର୍ବାହ୍ନରେ ସୋମେଶଙ୍କ ମୃତ ଶରୀର ଉଦ୍ଧାର କରା ଯାଇଥିଲା।
ଏହି ଘଟଣାରେ ସୋମେଶଙ୍କ ପରିବାରରେ ଏବଂ ରାଉରକେଲା ୧୫ ନମ୍ବର ସେକ୍ଟର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ତେବେ କାନାକୁଣ୍ଡ ପିକନିକ ସ୍ଥଳରେ ଇବ୍ ନଦୀର ଜଳ ସ୍ରୋତ ଅତି ପ୍ରଖର। ସେହି ସ୍ଥାନରେ ବର୍ଷକ ମଧ୍ୟରେ ୩ ଜଣ ପାଣିରେ ବୁଡି ପ୍ରାଣ ହରାଇ ସାରିଲେଣି। ଗତ ବର୍ଷ ରାଜଗାଙ୍ଗପୁର ର ଜଣେ ଯୁବତୀ ଏଠାରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଫଳକ ଲଗାଇବାକୁ ଦାବି ହେଉଛି।

Leave A Reply

Your email address will not be published.