ରାଉରକେଲା : ହକି ବିଶ୍ୱକପ ଲାଗି ନିର୍ଦ୍ଧାରିତ ସମୟରୁ ଦେଢ଼ ଘଣ୍ଟା ବିଳମ୍ବରେ ଖୋଲିଲା ଟିକେଟ କାଉଣ୍ଟର।। ପ୍ରଥମ ଦିନର ଟିକେଟ ଘଣ୍ଟାକରେ ଶେଷ।

0 478

ରାଉରକେଲା : ୧୯/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ମ୍ୟାଚ ଲାଗି ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ରାଉରକେଲା ସହ ଭୁବନେଶ୍ୱରରେ ଏହି ମ୍ୟାଚ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ ରାଉରକେଲାରେ ୧୩ ତାରିଖ ଦିନ ଭାରତ ଏବଂ ସ୍ପେନ ମଧ୍ୟରେ ହେବ। ସେଥିପାଇଁ ଆଜି ଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ପୂର୍ବାହ୍ନ ୧୧ଟା ବେଳେ ଟିକେଟ କାଉଣ୍ଟର ଖୋଲିବାକୁ ଥିବା ବେଳେ ଦେଢ ଘଣ୍ଟା ବିଳମ୍ବରେ ଖୋଲି ଥିଲା। ପ୍ରଥମ ଦିନ ଖେଳ ପାଇଁ ଟିକେଟ ଘଣ୍ଟାକ ମଧ୍ୟରେ ସରିଯାଇଥିଲା। ଭୋର ୫ଟା ରୁ ଧାଡିରେ ଶହ ଶହ ଲୋକ ଛିଡା ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଦିନର ଟିକେଟ ନେଇ ସନ୍ତୁଷ୍ଟ ହେବାକୁ ପଡିଥିଲା।

Leave A Reply

Your email address will not be published.