ରାଉରକେଲା : କାହ୍ନାକୁଣ୍ଡ ପିକନିକ ସ୍ଥଳରେ ପାଣିରେ ବୁଡି ନିଖୋଜ ଥିବା ଯୁବକଙ୍କ ପତ୍ତା ମିଳିନାହିଁ।। ଆଜି ପୁଣି ଖୋଜୁଛନ୍ତି ଫାୟାର ଟିମ।

0 393

ରାଉରକେଲା : ୧୯/୧୨(ସତ୍ୟା ନ୍ୟୁଜ)
ସେଲ୍ଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ବୁଡି ନିଖୋଜ ହୋଇଯାଇ ଥିବା ରାଉରକେଲା ଯୁବକଙ୍କ ଏପର୍ଯ୍ୟନ୍ତ କୋୖଣସି ପତ୍ତା ମିଳିନାହିଁ। ରବିବାର ଦିନ ଫାୟାର ଟିମ ଖୋଜାଖୋଜି କରି ବିଫଳ ହେବା ପରେ ଆଜି ପୁଣି ଖୋଜା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟଯେ ନିଖୋଜ ଯୁବକ ଜଣକ ରାଉରକେଲା ୧୫ ନମ୍ୱର ସେକ୍ଟର ଅଞ୍ଚଳ ର ସୋମେଶ ମଲ୍ଲିକ। ରାଉରକେଲା ରୁ ସୋମେଶ ତାଙ୍କ ସାଙ୍ଗ ମାନଙ୍କ ସହ କାରରେ ରେ ପିକନିକ୍ ପାଇଁ ବାହାରିଥିଲେ। ତଳସରା ଥାନା ଘୋଘର ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କାହ୍ନାକୁଣ୍ଡ କୁ ସେମାନେ ଯାଇଥିଲେ । ସେଠାରେ ପଥର ଉପରେ ଛିଡା ହୋଇ ସେଲ୍ଫି ନେବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ପାଣି ରେ ପଡ଼ିଯାଇଥିଲେ । ସାଙ୍ଗ ମାନେ ଓ ସ୍ଥାନୀୟ ଲୋକେ ଖୋଜାଖଜି କରିବା ପରେ ନପାଇବାରୁ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନାହିଁ। ପୁର୍ବରୁ ମଧ୍ୟ ସେହି ପରି ସେଲଫି ନେବାକୁ ଯାଇ ସେହି ସ୍ଥାନରେ ପାଣିରେ ବୁଡି ଦୁଇ ଜଣ ଙ୍କ ମୁତ୍ୟୁ ହୋଇ ସାରିଛି। ଏବେ ପିକନିକ ଋତୁ ଥିବାରୁ ଟୁରିଷ୍ଟ ସ୍ଥାନ ମାନଙ୍କରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ହୋଇପଡିଛି।

Leave A Reply

Your email address will not be published.