ବିରମିତ୍ରପୁର: ଧୂଳିରେ ଅତିଷ୍ଠ ସ୍ଥାନୀୟ ଲୋକେ ୧୪୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କଲେ।। ରାସ୍ତା ଅବରୋଧ ରେ ମହିଳା ମାନେ ସାମିଲ।

0 72

ବିରମିତ୍ରପୁର: ୨/୮/୨୬
(ସତ୍ୟାନ୍ୟୁଜ) ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ସରୁନାହିଁ। ରାସ୍ତା ଖରାପ ଯୋଗୁଁ ପ୍ରତି ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ଘଟୁଛି। ରାସ୍ତାରେ ବଡ ବଡ ଖାଲ ଥିବାରୁ ବର୍ଷା ହେଲେ ବହୁ ଅସୁବିଧା ହେଉଛି। ସ୍ଥାନୀୟ ଲୋକମାନେ ରାସ୍ତା ମରାମତି ଦାବି କରିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ ଖାଲ କୁ ଡଷ୍ଟ ପକାଇ ଭର୍ତ୍ତି କରା ଯାଇଥିଲା। ଏବେ ବର୍ଷା ହେଉ ନଥିବା ବେଳେ ଗାଡ଼ି ମଟର ଚାଲିବା ସମୟରେ ଘରେ ଏବଂ ଦୋକାନରେ ଧୂଳି ଭର୍ତ୍ତି ହୋଇ ଯାଉଛି। ଏହି ନୂତନ ସମସ୍ୟାରେ ଅତିଷ୍ଠ ହୋଇ ରବିବାର ଦିନ ବହୁ ସଂଖ୍ୟାରେ ମହିଳା ଏବଂ ସ୍ଥାନୀୟ ନିବାସୀ ୧୪୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଉଭୟ ପକ୍ଷରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ପରେ ପୋଲିସ ଆସି ଲୋକଙ୍କୁ ବୁଝା ଶୁଝା କରି ଦୁଇ ଦିନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.